Advertisment

ମୁଁ ଆଇଆଇସିଙ୍କ ସ୍ୱାମୀ; ଏମିତି କହି ୨୦ ଛାତ୍ରଙ୍କୁ ନିର୍ଘାତ ପିଟିଲେ ଅଧ୍ୟାପକ

ମୁଁ ଆଇଆଇସିଙ୍କ ସ୍ୱାମୀ। ହାଇଦର ଗ୍ୟାଙ୍ଗ ସହ ବସଉଠ କରୁଛି। ଏପରି କହି ଏକ ଘରୋଇ ଟ୍ୟୁଟୋରିଆଲର ୨ ଅଧ୍ୟାପକ ପ୍ରାୟ ୨୦ ଛାତ୍ରଙ୍କୁ ସାମାନ୍ୟ ଗଣ୍ଡଗୋଳ ପାଇଁ ନିର୍ଧୂମ ଗୋରୁଗାଇ ପରି ପିଟିଛନ୍ତି।

ଅଦ୍ୟତନ ହୋଇଛି
Students

Students

Advertisment

ମୁଁ ଆଇଆଇସିଙ୍କ ସ୍ୱାମୀ। ହାଇଦର ଗ୍ୟାଙ୍ଗ ସହ ବସଉଠ କରୁଛି। ଏପରି କହି ଏକ ଘରୋଇ ଟ୍ୟୁଟୋରିଆଲର ଜଣେ ଅଧ୍ୟାପକ ପ୍ରାୟ ୨୦ ଛାତ୍ରଙ୍କୁ ସାମାନ୍ୟ ଗଣ୍ଡଗୋଳ ପାଇଁ ନିର୍ଧୂମ ପିଟିଛନ୍ତି। ମାଡ଼ରେ ବହୁ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନୟାଗଡ଼ ଜିଲ୍ଲା ତୁଳସୀପୁରସ୍ଥିତ ଏକ ଯୁକ୍ତ-୨ ଟ୍ୟୁଟୋରିଆଲର ଜଣେ ଅଧ୍ୟାପକ କିଛି ଛାତ୍ରଙ୍କ ଉପରେ ଏପରି ପାଶବିକ ଅତ୍ୟାଚାର କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ନୟାଗଡ଼ ତୁଳସୀପୁର ସ୍ଥିତ ଯୁକ୍ତ ୨ ଏକ କୋଚିଂ ସେଣ୍ଟର ହଷ୍ଟେଲରେ ଥିବା କିଛି ଛାତ୍ରଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ମଙ୍ଗଳବାର କେମେଷ୍ଟ୍ରୀ ଓ ବଟନୀର ୨ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଓ ଦିଲ୍ଲୀପ କୁମାର ମହାନ୍ତି ହଷ୍ଟେଲରେ ପହଞ୍ଚିଥିଲେ। ସେମାନେ ପିଲାଙ୍କଠାରୁ ଘଟଣା ସମ୍ପର୍କରେ ବୁଝିବା ପରିବର୍ତ୍ତେ ପ୍ରାୟ ୨୦ ଛାତ୍ରଙ୍କୁ ପ୍ରଥମେ ଆଣ୍ଠେଇ ଦେଇଥିଲେ। ଏହାପରେ ବେତରେ ସେମାନଙ୍କୁ ନିର୍ଘାତ ପିଟି ଚାଲିଥିଲେ। ଏଥିଯୋଗୁ ବହୁ ପିଲାଙ୍କ ଶରୀରରେ ମାଡ଼ ଦାଗର ଚିହ୍ନ ରହିଛି।

ଏ ସମ୍ପର୍କରେ ବାହାରେ ପ୍ରଘଟ ନ କରିବାକୁ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ପିଲାମାନଙ୍କୁ ଧମକ ଦେଇଥିଲେ। ମୋ’ ସ୍ତ୍ରୀ ଆଇଆଇସି, ମୁଁ ହାଇଦର ଗ୍ୟାଙ୍ଗ ସହ ବସଉଠ କରିବା ସହ ଖିଆପିଆ ବି କରୁଛି। ତେଣୁ ମୋର କିଛି କରି ପାରିବନି ବୋଲି ସେ ଛୋଟ ଛୋଟ ପିଲାଙ୍କୁ ଧମକ ଦେଇଥିଲେ। ଏପରିକି ବାହାରେ ପ୍ରଘଟ କଲେ ପ୍ରାକ୍ଟିକାଲ ମାର୍କ କାଟିଦେବାକୁ ବି ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଧମକ ଦେଇଥିଲେ।

Advertisment

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତୁରନ୍ତ ଅଧ୍ୟାପକ ଲକ୍ଷ୍ମୀଧର ଦାଶଙ୍କୁ ଗିରଫ କରିଥିଲା। ହେଲେ ପରେ ସେ ଜାମିନ ପାଇଛନ୍ତି। କିନ୍ତୁ ଅନ୍ୟ ଜଣେ ଏବେ ବି ଫେରାର ଅଛନ୍ତି।

Police Nayagarh Students Torture;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe