ମେଡ଼ିସିନ ୱାର୍ଡରେ ପଶି ରୋଗୀ ଦେଖି ମେଡିସିନ ଲେଖୁଥିଲେ। ସନ୍ଦେହ ହେବାରୁ ଧରାପଡ଼ିଲେ ନକଲି ଡାକ୍ତର। ଘଟଣା ଘଟିଛି ବାଲେଶ୍ୱରର ମେଡ଼ିକାଲ କଲେଜ ହସପିଟାଲରେ। ପୁଲିସ ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ନକଲି ଡାକ୍ତର ଜଣଙ୍କ ମେଡ଼ିସିନ ୱାର୍ଡରେ ଭିତରେ ରୋଗୀ ଦେଖି ମେଡିସିନ୍ ଲେଖୁଥିଲେ। ଅନ୍ୟ ମେଡିକାଲ କର୍ମଚାରୀ ତାଙ୍କୁ ଦେଖି ସନ୍ଦେହ ବଢ଼ିଥିଲା। ଏନେଇ ଡାକ୍ତରଖାନାରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ଜଣାଇଥିଲେ। ସିକ୍ୟୁରିଟି ଗାର୍ଡ ନକଲି ଡାକ୍ତରଙ୍କୁ ପଚରାଉଚରା କରିଥିଲେ। ଏନେଇ ନକଲି ଡାକ୍ତର ଓ ସିକ୍ୟୁରିଟି ଗାର୍ଡ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
Also Read
ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ନକଲି ଡାକ୍ତରଙ୍କୁ ଧରି ଥାନାକୁ ଆଣିଥିଲା। ସେଠାରେ ପୁଲିସ ନକଲି ଡାକ୍ତରକୁ ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ କିଏ ସେ ନକଲି ଡାକ୍ତର, ତାଙ୍କର ପରିଚୟ କ’ଣ ପୁଲିସ ତାହାର ତଦନ୍ତ କରୁଛି। ଏହାସହ ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ମଧ୍ୟ ଏହି ବିଷୟରେ ପୁଲିସ ପଚରାଉଚରା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକା ପତ୍ନୀର ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ବି ଦୁଷ୍କର୍ମ: ବମ୍ବେ ହାଇକୋର୍ଟ
ଜଣେ ଯୁବତୀ ସ୍ୱାମୀଙ୍କ ବିରୁଦ୍ଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ।
Crime
ମା’ ପାଲଟିଗଲା ପଥର; ଛୁଆଙ୍କୁ ଚେଙ୍କ ଦେଲା ପ୍ରେମିକ
ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ପାଟି ଫିଟାଇବାର ଶାସ୍ତି ସ୍ୱରୁପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଇ ଚାଲିଲା ତାଙ୍କ ପ୍ରେମିକ ।
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Crime
ରାଜଧାନୀରେ ଉତ୍ପାତ କରୁଛନ୍ତି ଚେନ୍ ଲୁଟେରା
ଦୁର୍ବୃତ୍ତ ସିନା ସୁନା ଚେନ୍ ନେଇ ପାରିଲେନାହିଁ, କିନ୍ତୁ ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ମାଟିରେ ମାଡ଼ ହୋଇଯାଇଥିଲା। ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
Crime
ସପ୍ତମ ପାସ୍ରେ ଆୟୁର୍ବେଦିକ ଡାକ୍ତର, କରୁଥିଲେ ପାଇଲ୍ସ ଅପରେସନ
କେହି ଜଣେ ବି ଉତ୍ପଲଙ୍କ ନାଁରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ତାଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରାଯାଇଥିଲା।