Advertisment

ବାଲେଶ୍ୱର ଡାକ୍ତରଖାନାରେ ରୋଗୀ ଦେଖୁଥିଲେ ନକଲି ଡାକ୍ତର; ଧରାପଡ଼ିଲେ

ଆଜି ସକାଳେ ନକଲି ଡାକ୍ତର ଜଣଙ୍କ ମେଡ଼ିସିନ ୱାର୍ଡରେ ଭିତରେ ରୋଗୀ ଦେଖି ମେଡିସିନ୍‌ ଲେଖୁଥିଲେ।

ଅଦ୍ୟତନ ହୋଇଛି
Doctor

Doctor

Advertisment

ମେଡ଼ିସିନ ୱାର୍ଡରେ ପଶି ରୋଗୀ ଦେଖି ମେଡିସିନ ଲେଖୁଥିଲେ। ସନ୍ଦେହ ହେବାରୁ ଧରାପଡ଼ିଲେ ନକଲି ଡାକ୍ତର। ଘଟଣା ଘଟିଛି ବାଲେଶ୍ୱରର ମେଡ଼ିକାଲ କଲେଜ ହସପିଟାଲରେ। ପୁଲିସ ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ନକଲି ଡାକ୍ତର ଜଣଙ୍କ ମେଡ଼ିସିନ ୱାର୍ଡରେ ଭିତରେ ରୋଗୀ ଦେଖି ମେଡିସିନ୍‌ ଲେଖୁଥିଲେ। ଅନ୍ୟ ମେଡିକାଲ କର୍ମଚାରୀ ତାଙ୍କୁ ଦେଖି ସନ୍ଦେହ ବଢ଼ିଥିଲା। ଏନେଇ ଡାକ୍ତରଖାନାରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ଜଣାଇଥିଲେ। ସିକ୍ୟୁରିଟି ଗାର୍ଡ ନକଲି ଡାକ୍ତରଙ୍କୁ ପଚରାଉଚରା କରିଥିଲେ। ଏନେଇ ନକଲି ଡାକ୍ତର ଓ ସିକ୍ୟୁରିଟି ଗାର୍ଡ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ନକଲି ଡାକ୍ତରଙ୍କୁ ଧରି ଥାନାକୁ ଆଣିଥିଲା। ସେଠାରେ ପୁଲିସ ନକଲି ଡାକ୍ତରକୁ ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ କିଏ ସେ ନକଲି ଡାକ୍ତର, ତାଙ୍କର ପରିଚୟ କ’ଣ ପୁଲିସ ତାହାର ତଦନ୍ତ କରୁଛି। ଏହାସହ ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ମଧ୍ୟ ଏହି ବିଷୟରେ  ପୁଲିସ ପଚରାଉଚରା କରୁଛି।

Advertisment
Odisha Police Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe