Advertisment

ବିନା ଚାଲାଣରେ ଆଦାୟ କଲେ ୫ ହଜାର; ଭିଡିଓ ଭାଇରାଲ ହେବା ପରେ ସସ୍‌ପେଣ୍ଡ

ଟ୍ରାଫିକ ନିୟମ ଉଲ୍ଲଘଂନ ଅଭିଯୋଗରେ ଜଣେ କୋରିଆ ନାଗରିକଙ୍କଠାରୁ ୫ ହଜାର ଟଙ୍କା ଫାଇନ୍ ଆଦାୟ କଲେ ପୁଲିସ୍‌ କର୍ମୀ। ହେଲେ କାଟିଲେ ନାହିଁ ରସଦି।

Fine

Fine

Advertisment

ଟ୍ରାଫିକ ନିୟମ ଉଲ୍ଲଘଂନ ଅଭିଯୋଗରେ ଜଣେ କୋରିଆ ନାଗରିକଙ୍କଠାରୁ ୫ ହଜାର ଟଙ୍କା ଫାଇନ୍ ଆଦାୟ କଲେ ପୁଲିସ୍‌ କର୍ମୀ। ହେଲେ କାଟିଲେ ନାହିଁ ରସଦି। ଏହାର ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ୍‌ର ଏହି ସୁରକ୍ଷା କର୍ମୀଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରାଯାଇଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଜଣେ କୋରିଆ ନାଗରିକ ଦିଲ୍ଲୀର ରାଜରାସ୍ତାରେ ଏକ କାର୍‌ ଚଳାଉଥିବା ବେଳେ ଜଣେ ଟ୍ରାଫିକ୍‌ ପୁଲିସ୍‌ ତାଙ୍କୁ ଅଟକାଇଥିଲେ। ଏଥିସହ ସେ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ତାଙ୍କୁ ୫ ହଜାର ଟଙ୍କା ଦେବାକୁ କହିଥିଲେ।

ବିଦେଶୀ ନାଗରିକଜଣକ ପ୍ରଥମେ ଟ୍ରାଫିକ ପୁଲିସ୍‌ଙ୍କ କଥା ବୁଝି ନ ପାରି ତାଙ୍କୁ ୫ଶହ ଟଙ୍କାର ନୋଟ୍‌ ବଢ଼ାଇଥିଲେ। ମାତ୍ର ଏହା ଦେଖି ଟ୍ରାଫିକ ପୁଲିସ୍‌ଜଣକ ତାଙ୍କୁ ୫ ହଜାର ଟଙ୍କା ଦେବାକୁ କହିଥିଲେ। ଏହା ଶୁଣି ବିଦେଶୀ ନାଗରିକଜଣକ ତାଙ୍କୁ ତୁରନ୍ତ ୫ ହଜାର ଟଙ୍କା ବଢ଼ାଇ ଦେଇ ସେଠାରୁ ଚାଲି ଯାଇଥିଲେ। ମାତ୍ର ଟ୍ରାଫିକ ପୁଲିସ୍‌ ତାଙ୍କୁ କୌଣସି ଚାଲାଣ ଦେଇ ନ ଥିଲେ।

Advertisment

ଏହାର ଭିଡିଓ ଭାଇରାଲ ହେବା ପରେ ତୁରନ୍ତ ଆକ୍ସନ ମୁଡକୁ ଚାଲି ଆସି ଉକ୍ତ ଟ୍ରାଫିକ ପୁଲିସ୍‌ଙ୍କୁ ନିଲମ୍ବନ କରିଛି ଦିଲ୍ଲୀ ପୁଲିସ୍‌। ଏଥିସହ ତାଙ୍କୁ ପଚରାଉଚରା ବେଳେ ପାଖରେ ରସିଦ ବହି ନ ଥିବା ବେଳେ ତାହା ଆଣିଲା ବେଳକୁ ଉକ୍ତ ଯୁବକଜଣକକ ପଳାଇଥିବା ସେ କହିଥିଲେ। ମାତ୍ର ଏହା ବିଶ୍ୱାସଯୋଗ୍ୟ ନ ହେବାରୁ ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି। ଏଥିସହ ଲାଞ୍ଚୁଆଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ଶୂନ୍ୟ ସହନଶୀଳନା ନୀତି ଆପଣାଇବ ବୋଲଇ କଡ଼ା ଚେତାବନୀ ଦିଆଯାଇଛି।

Delhi Bribe Traffic Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe