Advertisment

ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ

ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।

ଅଦ୍ୟତନ ହୋଇଛି
Kiranpal

Kiranpal

Advertisment

ଦିଲ୍ଲୀରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ବଢିଚାଲିଛି। କୋର୍ଟ-କଚେରି-ପୁଲିସ କାହାକୁ ଖାତିର କରୁନାହାନ୍ତି ଅପରାଧୀ। ଆଇନ୍ କାନୁନକୁ ଫୁ କରି ଉଡାଇ ଦେଉଛନ୍ତି। ଏହି କ୍ରମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମଦ ପିଇ ବାଇକରେ ଯାଉଥିବା ସମୟରେ ଅଟକାଇବାରୁ ଜଣେ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି ତିନି ଅସାମାଜିକ ଯୁବକ। 

Advertisment

ଗତକାଲି ଗୋବିନ୍ଦପୁରୀର ଆର୍ଯ୍ୟ ସମାଜ ମନ୍ଦିର ନିକଟରେ କନଷ୍ଟେବଳ କିରଣପାଲ ପାଟ୍ରୋଲିଂ କରୁଥିବା ବେଳେ ଏହି ଅଘଟଣ ଘଟିଛି। କିରଣପାଲ ୨୦୧୮ରେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ। ତାଙ୍କୁ ୨୮ ବର୍ଷ ବୟସ ହୋଇଥିଲା।  

ସୂଚନା ଅନୁସାରେ, ଦୀପକ, କ୍ରୀଶ ଏବଂ ରାଘବ ନାମକ ତିନି ଯୁବକ ମଦ ପିଇ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚଲାଇ ଯାଉଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା କିରଣପାଲ ସେମାନଙ୍କୁ ଅଟକାଇଥିଲେ। ଦ୍ରୁତଗତି ଗାଡ଼ି ଚାଳନା ପାଇଁ ସେମାନଙ୍କୁ ତାଗିଦ୍ କରିବା ସହ ସେମାନଙ୍କ ସ୍କୁଟି ଚାବି ନେଇ ଯାଇଥିଲେ। 

Advertisment

ଏହାକୁ ନେଇ ସେମାନେ କିରଣପାଲଙ୍କୁ ମାରପିଟ୍ କରିବା ସହ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ କ୍ଷତାକ୍ତ ହୋଇ ଚେତାଶୂନ୍ୟ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ କିରଣପାଲ। ଏହାପରେ ସେଠାରୁ ଫେରାର୍ ମାରିଥିଲେ ତିନି ଅଭିଯୁକ୍ତ। ସେପଟେ, କିରଣପାଲଙ୍କୁ ଏପରି ଅବସ୍ଥାରେ ଦେଖି ଜଣେ ସହଯୋଗୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ଏହାପରେ ଅପରାହ୍ନରେ ଦିଲ୍ଲୀ ପୁଲିସ ଓ କ୍ରାଇମ ବ୍ରାଞ୍ଚ ମିଳିତ ଭାବେ ଅପରେସନ କରି ଦୁଇଜଣ ସନ୍ଦିଗ୍ଧ ଦୀପକ ଏବଂ କ୍ରୀଶଙ୍କୁ କଲକାଜୀ ଅଞ୍ଚଳରୁ ଧରିଥିଲେ। ଏହି ସମୟରେ ଦୀପକ ପୁଲିସ ଉପରକୁ ଗୁଳି କରିଥିଲା। ମାତ୍ର ପୁଲିସର ପାଲଟା ଏନକାଉଣ୍ଟରରେ ଆହତ ହୋଇଥିଲା ଦୀପକ। ଏହାପରେ ଦୁଇ ଜଣଙ୍କୁ ଗିରଫ ହୋଇଥିଲେ।

କିନ୍ତୁ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ରାଘବ ଫେରାର୍ ରହିଥିଲା। ତାକୁ ଧରିବା ପାଇଁ ସ୍ପେଶାଲ୍ ସେଲ୍ ଏବଂ ନାର୍କୋଟିକ୍ସ ସେଲର ଏକ ମିଳିତ ଟିମ୍ ବିଳମ୍ବିତ ରାତିରେ ସଙ୍ଗମ ବିହାରରେ ଛାନଭିନ କରିଥିଲା। ପୁଲିସ ତାକୁ ଆତ୍ମସମର୍ପଣ କରିବାକୁ ମଧ୍ୟ କହିଥିଲା। ମାତ୍ର ଅପରେସନ ବେଳେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲା ରାଘବ।

ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲା। ଏଥିରେ ରାଘବ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ଚିକିତ୍ସାଧିନ ଅବସ୍ଥାରେ ରାଘବର ମୃତ୍ୟୁ ଘଟିଛି। ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ କରୁଛି। ତେବେ ଏଥିରେ ଅନ୍ୟ କୌଣସି ପୁଲିସ କର୍ମଚାରୀ ଆହତ ହୋଇନାହାନ୍ତି। 

Delhi Encounter Delhi Police Delhi Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe