Advertisment

ଟ୍ରେନ ଦୁର୍ଘଟଣା ପାଇଁ ହୋଇଥିଲା ଯୋଜନା, ଟ୍ରାକରେ ରଖାଯାଇଥିଲା ପଥର

ଟ୍ରାକ୍‌ରେ ରଖା ଯାଇଥିଲା ବଡ଼ବଡ଼ ପଥର ଖଣ୍ଡ। ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରେଳ ଟ୍ରାକ୍‌ର ଏକାଧିକ ସ୍ଥାନରେ ପଥରଖଣ୍ଡ ସବୁ ରଖାଯାଇଥିଲା।

Rail Track

Rail Track

Advertisment

ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର। ଏଥିପାଇଁ ଟ୍ରାକ୍‌ରେ ରଖା ଯାଇଥିଲା ବଡ଼ବଡ଼ ପଥର ଖଣ୍ଡ। ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରେଳ ଟ୍ରାକ୍‌ର ଏକାଧିକ ସ୍ଥାନରେ ପଥରଖଣ୍ଡ ସବୁ ରଖାଯାଇଥିଲା। ଏଗୁଡ଼ିକ ଏତେ ବଡ଼ ଥିଲା ଯେ ଟ୍ରେନ ଏଥିରେ ମାଡ଼ ହେବା କ୍ଷଣି ଲାଇନଚ୍ୟୁତ ହେବାର ଯଥେଷ୍ଟ ଆଶଙ୍କା ଥିଲା।

Advertisment

କିନ୍ତୁ ରେଳବାଇ କର୍ମଚାରୀଙ୍କ ସତର୍କତା ଯୋଗୁ ଗୋଟିଏ ବଡ଼ ରେଳ ଦୁର୍ଘଟଣା ଟଳି ଯାଇଛି। ଟ୍ରେନ ଆସିବା ପୂର୍ବରୁ ପୁଣେ-ମୁମ୍ବାଇ ରେଳ ଟ୍ରାକ୍‌ରେ ଜାଣିଶୁଣି ରଖାଯାଇଥିବା ବଡ଼ବଡ଼ ପଥର ଖଣ୍ଡଗୁଡ଼ିକୁ ଠାବ କରାଯିବା ସହ ଏହାକୁ ହଟାଇ ଦିଆଯାଇଛି।

ଶୁକ୍ରବାର ଏପରି ଘଟଣା ଘଟିଥିବା ଜଣେ ରେଳବାଇ ଅଧିକାରୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ମହାରାଷ୍ଟ୍ରରେ ଶୁକ୍ରବାର ଗୋଟିଏ ବଡ଼ ଟ୍ରେନ ଦୁର୍ଘଟଣା ଟଳି ଯାଇଛି। କିଛି ଦୁର୍ବୃତ୍ତ ଜାଣିଶୁଣି ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ ଯୋଜନା କରିଥିଲେ।

Advertisment

ସେମାନେ ପୁଣେ-ମୁମ୍ବାଇ ରେଳ ଟ୍ରାକର ଏକାଧିକ ସ୍ଥାନରେ ପଥର ସବୁ ରଖିଥିଲେ। କିନ୍ତୁ ରେଳ କର୍ମଚାରୀ ଏହାକୁ ଦେଖିବା ସହ ତୁରନ୍ତ ସେଗୁଡ଼ିକୁ ଟ୍ରାକ୍‌ରୁ ହଟାଇ ଦେଇଥିଲେ। ଫଳରେ ବଡ଼ ଅଘଟଣ ଟଳି ଯାଇଥିବା ସେ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ଲାଇନଚ୍ୟୁତ କରିବାକୁ ଯୋଜନା ହୋଇଥିଲା। ତେବେ ଏକ୍ସପ୍ରେସର ଲୋକୋ ପାଇଲଟ ଠିକଣା ସମୟରେ ରେଳ ଧାରଣା ଉପରେ ପଥର ଥିବା ଦେଖି ଦେଇଥିଲେ।

ଏଥିସହ ସେ ଜରୁରିକାଳୀନ ବ୍ରେକ ଲଗାଇ ଟ୍ରେନ୍‌କୁ ଗୋଟିଏ ନିଶ୍ଚିତ ଦୁର୍ଘଟଣାକୁ ରକ୍ଷା କରି ଦେଇଥିଲେ। ଘଟଣାର ତଦନ୍ତ କରି ରାଜସ୍ଥାନ ପୁଲିସ୍‌ କହିଥିଲା ଯେ ଟ୍ରାକ୍‌ରେ ଦୁଇ ଜଣ ପିଲା ଖେଳୁଥିଲେ। ସେମାନେ ଖେଳିବା ବେଳେ ଟ୍ରାକ୍‌ ଉପରେ ପଥା ଥୋଇ ଚାଲି ଯାଇଥିଲେ।

Maharashtra Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe