Advertisment

ଟ୍ରେନି ଆର୍ମି ଅଧିକାରୀଙ୍କୁ ଲୁଟ୍, ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ମହୋ ଆର୍ମି କଲେଜରେ ଟ୍ରେନିଂ ନେଉଥିବା ଦୁଇ ଅଧିକାରୀ ଦୁଇ ଜଣ ବାନ୍ଧବୀଙ୍କ ସହ ପିକିନକ କରିବାକୁ ଯାଇଥିଲେ।

Police

Police

Advertisment

ବନ୍ଧୁକ ମୁନରେ ଦୁଇଜଣ ଯୁବ ସେନା ଅଧିକାରୀଙ୍କୁ ଲୁଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଏହି ଘଟଣା।

Advertisment

ସୂଚନା ଅନୁସାରେ, ଇନ୍ଦୋର ନିକଟସ୍ଥ ମହୋ ଆର୍ମି କଲେଜରେ ଟ୍ରେନିଂ ନେଉଥିବା ଦୁଇ ଅଧିକାରୀ ଦୁଇ ଜଣ ବାନ୍ଧବୀଙ୍କ ସହ ଛୋଟି ଜାମକୁ ପିକିନକ କରିବାକୁ ଯାଇଥିଲେ। ଏହି ସମୟରେ ଆଠ ଜଣ ଦୁର୍ବୃତ୍ତ ସେମାନଙ୍କ ଗାଡ଼ି ଉପରେ ହମଲା କରିବା ସହ ବନ୍ଧୁକ ଏବଂ ଛୁରୀ ଦେଖାଇ ଭୟଭୀତ କରିଥିଲେ।  

ଏପରିକି ସେମାନଙ୍କୁ ମାଡ଼ ମାରି ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦେବାକୁ ବାଧ୍ୟ କରିଥିଲେ। ଜଣେ ଯୁବକ ଏବଂ ଯୁବତୀ ୧୦ ଲକ୍ଷ ଟଙ୍କା ଦେବାରୁ ସେମାନଙ୍କୁ ଛାଡ଼ି ଦେଇଥିଲେ।

Advertisment

ଉଭୟ ତୁରନ୍ତ ୟୁନିଟକୁ ଫେରି କମାଣ୍ଡିଂ ଅଫିରସଙ୍କୁ ଜଣାଇଥିଲେ। ସେମାନେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଜଣେ ଯୁବକ ଏବଂ ଯୁବତୀଙ୍କୁ ଉଦ୍ଧାର କରିଛି। ସମସ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି।

ସେପଟେ ପୁଲିସ ଗାଡ଼ି ଦେଖି ଫେରାର୍ ହୋଇ ଯାଇଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ଜଣାପଡିଛି। ଏଥିସହ ପୁଲିସ ମଧ୍ୟ ମାମଲା ରୁଜୁ କରି ଅନ୍ୟମାନଙ୍କୁ ଖୋଜାଖୋଜି କରୁଛି। 

Crime Madhya Pradesh Army Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe