Advertisment

ବଧୂହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ, ଆଖି ବୁଜିଦେଲେ

ଏକାଧୀକ ରୋଗରେ ପୀଡ଼ିତ ସୁକାନ୍ତି ଭୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ସବୁବେଳେ ଖରାପ ରହୁଥିଲା। ତେଣୁ ସେ ବାରମ୍ବାର ମେଡିକାଲରେ ଭର୍ତ୍ତି ହେଉଥିଲେ।

author-image
Niharika Rout
jail

jail

ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଜଣେ ବିଚାରାଧୀନ ମହିଳା କଏଦୀ ମୃତ । ଜେଲ୍ ପରିସର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ମୃତା ମହିଳାଙ୍କ ନାମ ସୁକାନ୍ତି ଭୋଇ।

Advertisment

ବଧୂ ହତ୍ୟା ମାମଲାରେ ସୁକାନ୍ତି ଭୋଇ, ତାଙ୍କ ସ୍ୱାମୀ, ପୁଅ, ଝିଅ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିଲେ। ତାଙ୍କ ସ୍ୱାମୀଙ୍କୁ ଜାମିନ ମିଳିଥିବା ବେଳେ ଅନ୍ୟମାନେ ଏବେବି ଝାରପଡ଼ା ଜେଲ୍‌ରେ ଅଛନ୍ତି।

ଏକାଧୀକ ରୋଗରେ ପୀଡ଼ିତ ସୁକାନ୍ତି ଭୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ସବୁବେଳେ ଖରାପ ରହୁଥିଲା। ତେଣୁ ସେ ବାରମ୍ବାର ମେଡିକାଲରେ ଭର୍ତ୍ତି ହେଉଥିଲେ। ମାତ୍ର ଗତ ରାତିରେ ଜେଲ୍ ପରିସର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।

Advertisment

ଏନେଇ ସୁକାନ୍ତିଙ୍କ ପରିବାରବର୍ଗଙ୍କୁ ଅବଗତ କରାଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଏହାପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Bhubaneswar Jail Death In Jail