Advertisment

ଗୋଟିଏ ରୁମରେ ରହୁଥିଲେ: ସ୍ତ୍ରୀ ଚିପିଲା ତଣ୍ଟି, ପ୍ରେମିକ ଭୁଷିଲା ଛୁରୀ

ସ୍ତ୍ରୀ ତଣ୍ଟି ଚିପିଲା ବେଳେ ତା’ ପ୍ରେମିକ ଛୁରୀ ଭୁଷିଥିଲା। ଘଟଣା ସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଥିଲେ।

author-image
Hemant Lenka
UP

UP

ପ୍ରେମ ଆଗରେ ତୁଚ୍ଛ ପାଲଟିଲା ସ୍ୱାମୀ-ସ୍ତ୍ରୀ ସମ୍ପର୍କ। ଯେଉଁ ସ୍ତ୍ରୀକୁ ସେ ଜୀବନ ଠାରୁ ଅଧିକ ଭଲ ପାଉଥିଲେ, ସେ ହିଁ ତାଙ୍କୁ ହତ୍ୟା କଲା। ସ୍ୱାମୀ ଜଣଙ୍କ ଏତେ ଭଲ ଥିଲେ ଯେ ପତ୍ନୀର ପରକୀୟାପ୍ରୀତିକୁ ମଧ୍ୟ ଗ୍ରହଣ କରି ନେଇଥିଲେ।

Advertisment

ପତ୍ନୀଙ୍କ ଖୁସି ପାଇଁ ସେ ତାଙ୍କ ପ୍ରେମିକଙ୍କୁ ନିଜ ଘରେ ରଖିଥିଲେ। ୩ ଜଣ ଯାକ ଗୋଟିଏ ବେଡ ମଧ୍ୟ ଶେୟାର କରୁଥିଲେ। ସ୍ୱାମୀ ସବୁ ପ୍ରକାରର ସ୍ୱାଧୀନତା ଦେଇଥିଲେ ହେଁ ସ୍ତ୍ରୀର ମନ ଭରି ନଥିଲେ। ଶେଷରେ ସେ ନିଜ ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ଏଥିରେ ତାକୁ ତା’ର ପ୍ରେମିକ ମଧ୍ୟ ସହାୟତା କରିଥିଲା।

ସ୍ତ୍ରୀ ତଣ୍ଟି ଚିପିଲା ବେଳେ ତା’ ପ୍ରେମିକ ଛୁରୀ ଭୁଷିଥିଲା। ଘଟଣା ସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଥିଲେ। ଉତ୍ତରପ୍ରଦେଶର ଗାଜିଆବାଦରେ ଏପରି ଏକ ତ୍ରିକୋଣୀୟ ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି।

Advertisment

୨୫ ବର୍ଷୀୟ ପ୍ରିୟଙ୍କା ୨୬ ବର୍ଷୀୟ ଶିବମ ଗୁପ୍ତାଙ୍କୁ ବିବାହ କରିଥିଲେ। ବାହା ଘରର କିଛି ବର୍ଷ ପରେ ପ୍ରିୟଙ୍କାର ପରକୀୟାପ୍ରୀତି ସାମ୍ନାକୁ ଆସିଥିଲା। ସେ ଚଳିତ ବର୍ଷ ମାର୍ଚ୍ଚ ମାସରେ ନିଜର ୨ ବର୍ଷର ଝିଅକୁ ଧରି ୨୩ ବର୍ଷୀୟ ପ୍ରେମିକ ଗରଜନ ଯାଦବ ସହ ଫେରାର ହୋଇଯାଇଥିଲା। ଉଭୟ ଉତ୍ତର ପ୍ରଦେଶର ବଲ୍ଲିଆରେ ରହିବା ଆରମ୍ଭ କରିଥିଲେ।

ଗରଜନ ଜଣେ ଦିନ ମଜୁରିଆ। ବହରମପୁର ଗାଁରେ ପ୍ରିୟଙ୍କା ଓ ଶିବମ ଯେଉଁଠୁ ରହୁଥିଲେ ତା’ର ପଡ଼ୋଶୀ ଭାବେ ଗରଜନ ରହୁଥିଲା। ଶିବମ ଜଣେ ବାଇକ ଟ୍ୟାକ୍ସି ଡ୍ରାଇଭର। ପ୍ରିୟଙ୍କା ଫେରାରର ମାସେ ଯାଏ ଶିବମ ତା’ ସହ ଯୋଗାଯୋଗ କରିବାକୁ ସକ୍ଷମ ହୋଇ ନଥିଲେ। ତେବେ ଗୋଟିଏ ଦିନ ପ୍ରିୟଙ୍କା ତାଙ୍କ କଲ ଉଠାଇବା ସହ ଗରଜନ ସେ ବଲ୍ଲିଆରେ ରହୁଥିବା କହିଥିଲା।

ଖବର ପାଇ ଶିବମ ପତ୍ନୀ ପ୍ରିୟଙ୍କାକୁ ବୁଝାଇବା ପାଇଁ ସେଠାକୁ ଯାଇଥିଲେ। ପ୍ରିୟଙ୍କା ଫେରିବାକୁ ରାଜି ହୋଇଥିଲେ ହେଁ ଶିବମଙ୍କ ଆଗରେ ଗୋଟିଏ ସର୍ତ୍ତ ରଖିଥିଲା। ଗରଜନ ଯଦି ସେମାନଙ୍କ ସହ ଗୋଟିଏ ରୁମରେ ରହିବ, ତା’ହେଲେ ସେ ଫେରିବାକୁ ରାଜି ଥିବା ଶିବମକୁ କହିଥିଲା।

ପତ୍ନୀଙ୍କୁ ବହୁତ ଭଲ ପାଉଥିବାରୁ ଏପରି ଏକ ସର୍ତ୍ତରେ ଶିବମ ରାଜି ହୋଇଯାଇଥିଲେ। ପ୍ରିୟଙ୍କା, ତାଙ୍କ ୨ ବର୍ଷର ଝିଅ ଓ ଗରଜନକୁ ସାଙ୍ଗରେ ଧରି ଶିବମ ଫେରିଥିଲେ। ସମସ୍ତେ ଗୋଟିଏ ବେଡ ରୁମ ସୁବିଧା ଥିବା ଭଡ଼ା ଘରେ ରହିବା ଆରମ୍ଭ କରିଥିଲେ। ହେଲେ କିଛି ଦିନର ବ୍ୟବଧାନ ପରେ ପ୍ରିୟଙ୍କା ଓ ଶିବମଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।

ପୁଲିସ୍‌ କହିଛି ଯେ ଡିସେମ୍ବର ୨୧ରେ ଶିବମ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରିବାକୁ ପ୍ରିୟଙ୍କା ଯୋଜନା କରିଥିଲା। ଯୋଜନା ଅନୁସାରେ ସେ ଶିବମଙ୍କ ତଣ୍ଟିକୁ ହାତରେ ଚିପି ଧରିଥିଲା। ଏତିକି ବେଳେ ତାଙ୍କୁ ଗରଜନ ବାରମ୍ବାର ଛୁରୀ ଭୁଷିବାରେ ଲାଗିଥିଲା। ଘଟଣା ସ୍ଥଳରେ ଶିବମଙ୍କ ମୃତ୍ୟୁ ହୋଇଥିଲା।

ମୃତଦେହକୁ ସେମାନେ ଗୋଟିଏ କମ୍ବଳରେ ଘୋଡ଼ାଇ ଦେଇଥିଲେ। ଏହାକୁ ନିକଟସ୍ଥ ଖାଲି ପ୍ଲଟରେ ଫିଙ୍ଗି ଦେଇଥିଲେ। ଘର ସାରା ରକ୍ତ ଛିଟା ପଡ଼ିଥିବାରୁ ଏହାକୁ ମଧ୍ୟ ଭଲ ଭାବେ ସଫା କରି ଦେଇଥିଲେ। ହେଲେ ଗୋଟିଏ ବୁନ୍ଦା ରକ୍ତ ଟୋପା ସେମାନଙ୍କ ସବୁ ଯୋଜନାରେ ପାଣି ପକାଇ ଦେଇଥିଲା।

ଡିସେମ୍ବର ୨୨ରେ ଶିବମଙ୍କ ମୃତଦେହ ନିକଟସ୍ଥ ପ୍ଲଟରୁ ମିଳିଥିଲା। ପ୍ରିୟଙ୍କା ପ୍ରଥମେ ପୁଲିସ୍‌କୁ କହିଥିଲା ଯେ ଶିବମ ୨୧ ତାରିଖ ରାତିରେ କାମକୁ ଯାଉଥିଲେ ଓ ଗରଜନ ତାଙ୍କର ସମ୍ପର୍କୀୟ ଭାବେ ଏଠାରେ ରହିଥିଲା।

ତା’ ଅଭିଯୋଗକୁ ଆଧାର କରି କ୍ରସିଂ ରିପ୍ଲବିକ ପୁଲିସ୍‌ ଷ୍ଟେସନରେ ଆଇପିସିର ବିଭିନ୍ନ ଦଫାରେ ମାମଲା କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌ ଦମ୍ପତି ରହୁଥିବା ବିଲଡିଂ ପାହାଚରୁ ଗୋଟିଏ ବୁନ୍ଦା ରକ୍ତ ଟୋପା ଠାବ କରିଥିଲା। କିନ୍ତୁ ଉକ୍ତ ବିଲଡିଂରେ ୧୦ଟି ପରିବାର ଥିବାରୁ କାହାକୁ ସନ୍ଦେହ ଘେରକୁ ପୁଲିସ ନେବ ଜାଣି ପାରିଲା ନାହିଁ।

ଅଧିକ ତଦନ୍ତ ପରେ ସାଇଣ୍ଟିଫିକ ଟିମ ପହଞ୍ଚି ଥିଲା। ସାଇଣ୍ଟିଫିକ ଟିମ ପୋଛା ଯାଇଥିବା ସ୍ଥାନଗୁଡ଼ିକରେ ଯାଞ୍ଚ କରି ରକ୍ତ ନମୁନା ପାଇଥିଲେ। ସୋମବାର ପୁଲିସ୍‌ ଦମ୍ପତିଙ୍କ ଘର ଭିତରୁ ରକ୍ତ ଛିଟାକୁ ସଫା କରାଯାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ପ୍ରିୟଙ୍କା ଓ ଗରଜନକୁ ପୁଲିସ୍‌ ମାରାଥନ ଜେରା ଆରମ୍ଭ କରିଥିଲେ। ବାରମ୍ବାର ଜେରା ପରେ ଉଭୟ ନିଜର କୁକର୍ମକୁ ସ୍ୱୀକାର କରିଛନ୍ତି।

ପୁଲିସ ସେମାନଙ୍କୁ ବୁଧବାର ଗିରଫ କରିଛି। ସେହିପରି ହତ୍ୟାରେ ବ୍ୟବହୃତ ଛୁରୀକୁ ମଧ୍ୟ ପୁଲିସ୍‌ ଜବତ କରିଛି।

Uttar Pradesh Crime