Advertisment

ଆଦିବାସୀ ସିଙ୍ଗରଙ୍କୁ ପିଟିପିଟି ହତ୍ୟା

ପୁଲିସ୍‌ ୩୫ ବର୍ଷୀୟ ସିଙ୍ଗରଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

author-image
Hemant Lenka
Singer

Singer

ଦିବ୍ୟାଙ୍ଗ ଝିଅଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଆଦିବାସୀ ସିଙ୍ଗରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଝାରଖଣ୍ଡର ରାଞ୍ଚିରେ ଏପରି ଘଟଣା ଘଟିଛି। ପୁଲିସ୍‌ ୩୫ ବର୍ଷୀୟ ସିଙ୍ଗରଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ପୂରା ଘଟଣା ରାଜଧାନୀ ରାଞ୍ଚି ଠାରୁ ୩୦ କିମି ଦୂର ତାତକୁଣ୍ଡୋ ଗାଁରେ ଘଟିଛି। ଗୁରୁବାର ସନ୍ଧ୍ୟାରେ ଏପରି କାଣ୍ଡ ଘଟିଥିବା ବେଳେ ଆଜି ଏହା ସାମ୍ନାକୁ ଆସିଛି।ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସିଙ୍ଗର ଜଣଙ୍କ ହେଲେ ୩୫ ବର୍ଷୀୟ ସିଙ୍ଗର ଡାଭିଡ ମିଞ୍ଜ। ସ୍ଥାନୀୟ ଲୋକଙ୍କ କହିବା କଥା ଯେ ମିଞ୍ଜ ନାଗପୁରୀ ଭାଷାରେ ଗୀତ ଗାଆନ୍ତି।

ସେ ଗାଇଥିବା ଏକାଧିକ ନାଗପୁରୀ ଗୀତ ହିଟ୍‌ ମଧ୍ୟ ହୋଇଥିଲା। ତେବେ ଗାଁର ଜଣେ ଦିବ୍ୟାଙ୍ଗ ଝିଅଙ୍କୁ ମିଞ୍ଜ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଗୁରୁବାର ସନ୍ଧ୍ୟାରେ ଝିଅ ଘରର କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। କାଠ ଫାଳିଆରେ ସେମାନେ ତାଙ୍କୁ ପ୍ରବଳ ପିଟିଥିଲେ।

Advertisment

ଗୁରୁତର ଅବସ୍ଥାରେ ତାଙ୍କୁ ମନ୍ଦାର ରେଫରାଲ ହସ୍ପିଟାଲକୁ ଅଣା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମିଞ୍ଜଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ରିମ୍ସ)କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲେ ହେଁ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନଥିଲେ।

ପୁଲିସ୍‌ କହିଛି ଯେ ଘଟଣାରେ ଦିବ୍ୟାଙ୍ଗ ଝିଅର ପରିବାର ଲୋକ ସାମିଲ ରହିଛନ୍ତି। ମିଞ୍ଜଙ୍କ ପତ୍ନର କରିଥିବା ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏବେ ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି, ତା’ର ଯାଞ୍ଚ କରାଯାଉଛି।

Crime Jharkhand