Advertisment

ସପ୍ତାହେ ଧରି ଆଦିବାସୀ ମହିଳାଙ୍କୁ ଭୟଙ୍କର ନିର୍ଯାତନା, ପିଟିଲେ ଓ ଲଙ୍କା ଗୁଣ୍ଡ ପକାଇ ଦେଲେ

କିଛି ପୁରୁଷ ଓ ମହିଳା ମିଳିତ ଭାବେ ଏପରି କାଣ୍ଡ ଘଟାଇଛନ୍ତି। ଆଦିବାସୀ ମହିଳାଙ୍କୁ ସେମାନେ ପ୍ରବଳ ପିଟିବା ସହ ତାଙ୍କ ଆଖି ଓ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ମଧ୍ୟ ପୂରାଇ ଦେଇଛନ୍ତି।

author-image
Hemant Lenka
Woman

Woman

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଜଣେ ୨୬ ବର୍ଷୀୟ ଆଦିବାସୀ ମହିଳାଙ୍କୁ ସର୍ବସମ୍ମୁଖରେ ଦୀର୍ଘ ଗୋଟିଏ ସପ୍ତାହ ଧରି ଦିଆଯାଇଛି ଭୟଙ୍କର ନିର୍ଯାତନା।

Advertisment

କିଛି ପୁରୁଷ ଓ ମହିଳା ମିଳିତ ଭାବେ ଏପରି କାଣ୍ଡ ଘଟାଇଛନ୍ତି। ଆଦିବାସୀ ମହିଳାଙ୍କୁ ସେମାନେ ପ୍ରବଳ ପିଟିବା ସହ ତାଙ୍କ ଆଖି ଓ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ମଧ୍ୟ ପୂରାଇ ଦେଇଛନ୍ତି। ଟଙ୍କା ଉଧାରୀକୁ ନେଇ ଏତେ ବଡ଼ ଘଟଣା ତେଲାଙ୍ଗାନାର ନଗରକୁର୍ଣ୍ଣଲ ଠାରେ ଘଟିଛି।

ସାମ୍ନାକୁ ଆସିଥିବା ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓରେ ଆଦିବାସୀ ମହିଳା ଜଣଙ୍କ ଗୋଟିଏ ପିଙ୍କ ରଙ୍ଗର ଶାଢ଼ୀ ପିନ୍ଧି ଛିଡ଼ା ହୋଇଥିବା ବେଳେ ତାଙ୍କୁ ଗାଁର ଲୋକମାନେ ଘେରି ରହିଛନ୍ତି। ଗାଁ ଲୋକମାନେ ତାଙ୍କୁ ଘେରି ରହିଥିବା ବେଳେ ସେ ପୂରା ଚୂପଚାପ ଗଛ ମୂଳରେ ବସିଛନ୍ତି। କମଳା ରଙ୍ଗର ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ହାତରେ କାଠ ଫାଳିଆ ଧରିବା ସହ ତାଙ୍କ ଉପରେ ଚିତ୍କାର କରୁଛନ୍ତି।

Advertisment

କିଛି ସମୟ ପରେ ହଠାତ୍‌ ଚିତ୍ର ବଦଳି ଯାଇଥିଲା। ଜଣେ ବ୍ୟକ୍ତି ହଠାତ୍‌ ହିଂସ୍ର ହୋଇ ଉଠିଥିଲେ। ସେ ଚୁପଚାପ ବସିଥିବା ମହିଳାଙ୍କ ବେକକୁ ଧରିବା ସହ ତାଙ୍କୁ ତଳେ ଗଡ଼େଇ ଦେଇଥିଲେ। ଏହାପରେ ତାଙ୍କୁ ତଳେ ପକାଇ ଗୋଇଠା ମାରିଥିଲେ।

ତାଙ୍କୁ କିଛି ଲୋକ ଠେଲି ଦେବା ପରେ ମହିଳା ଜଣଙ୍କ ଭୂଇଁରୁ ଉଠି ଖସି ଯିବାକୁ ଚେଷ୍ଟା କରିଥିଲେ। ତେବେ ଆଉ ଜଣେ ବ୍ୟକ୍ତି ତାଙ୍କୁ ପୁଣି ମାଡ଼ ମାରିବା ସହ ତାଙ୍କ ଶାଢ଼ୀ ଚିରିବାକୁ ଚେଷ୍ଟା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ କିଛି ମହିଳା ଓ ପୁରୁଷ ମିଳିତ ଭାବେ କାଠ ଫାଳିଆରେ ଆଦିବାସୀ ମହିଳାଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ।

ଆଉ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ଆଉ ଜଣେ ମହିଳା ଆସୁଛନ୍ତି। ସେ ପିଙ୍କ ରଙ୍ଗର ଶାଢ଼ୀ ପିନ୍ଧିଥିବା ମହିଳାଙ୍କ ଚୁଟି ଧରି ଘୋଷାଡ଼ିବା ସହ ତାଙ୍କ ସିଧା ଟେକି ମାଟିରେ ଫିଙ୍ଗି ଦେଉଛନ୍ତି। ଏହାପରେ ତାଙ୍କୁ ଗୋଇଠା ଓ ଚାପୁଡ଼ା ମାରୁଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜକ ଘଟଣା ହେଲା ଯେ ଜିଲ୍ଲା ଏସ୍‌ପି ଗାଏକ୍ୱାଡ ବୈଭବ ରଘୁନାଥ କହିଛନ୍ତି ଯେ ମହିଳା ଜଣଙ୍କୁ ଦ୍ୱିତୀୟ ଥର ମାଡ଼ ଓ ନିର୍ଯାତନା ଦେବାର ଦୁଇ ଦିନ ପୂର୍ବରୁ ଏସବୁ ଭିଡିଓ। ଏହାର ଅର୍ଥ ତାଙ୍କୁ ଗୋଟିଏ ସପ୍ତାହ ଧରି ଏପରି ନିର୍ଯାତନା ଦିଆଯାଇଛି।

ଘଟଣା ପରେ ମହିଳାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥିତ ନିଜାମ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ପଠାଯାଇଛି। ଘଟଣାରେ ପୁଲିସ୍‌ ବାନ୍ଦି ଭେଙ୍କଟେଶ ଓ ତାଙ୍କ ପତ୍ନୀ, ପୀଡ଼ିତାଙ୍କ ଭଉଣୀ ଓ ସ୍ୱାମୀଙ୍କୁ ପୁଲିସ୍‌ ଗିରଫ କରିଛି।

ପୂରା ବିବାଦ ଟଙ୍କା ନେଣଦେଣକୁ ନେଇ ଘଟିଛି। ମହିଳା ଜଣଙ୍କ ଅଭିଯୁକ୍ତ ଭେଙ୍କଟେଶଙ୍କ ଠାରୁ କିଛି ଟଙ୍କା ଉଧାରୀ ନେଇଥିଲେ। ଏହା ବଦଳରେ ମହିଳାଙ୍କ ଭେଙ୍କଟେଶଙ୍କ ଫାର୍ମରେ କାମ କରିବାର ଥିଲା। କିନ୍ତୁ ମହିଳା ଜଣଙ୍କ କିଛି ଦିନ କାମ କରିବା ପରେ ଉଭଣୀ ସହ ପାଟିତୁଣ୍ଡ କରି ସେ ସେଠାରୁ ଚାଲି ଆସିଥିଲେ।

ତେବେ ଭେଙ୍କଟେଶ ତାଙ୍କୁ ପୁଣି ଖୋଜି ବାହାର କରିବା ସହ ନିଜ ଜମିକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଏହାକୁ ନେଇ ମହିଳାଙ୍କୁ ନିର୍ଯାତନା ଦିଆଯାଇଥିଲା।

Telangana Chief Minister Tribal Woman