Advertisment

ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଲୋକେ

ଉତ୍ତ୍ୟକ୍ତ ଲୋକମାନେ କିଛି ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ସେହିପରି ଘଟଣା ପାଇଁ ଶାସକ ଟିଏମସି ଓ ବିରୋଧୀ ସିପିଏମ ମଧ୍ୟରେ ରାଜନୀତିକ ବାକଯୁଦ୍ଧ ବି ଆରମ୍ଭ ହୋଇଯାଇଛି।

TMC

TMC

Advertisment

ଅଶାନ୍ତ ହୋଇପଡ଼ିଛି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା। ଏଠାରେ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ଅଭିଯୁକ୍ତକୁ କିଛି ଲୋକ ପିଟିପିଟି ମାରି ଦେଇଛନ୍ତି। ଏହି ଡବଲ ମର୍ଡରକୁ ନେଇ ପୂରା ଦକ୍ଷିଣ ୨୪ ପ୍ରଗଣାରେ ଉତ୍ତେଜନା ଦେଖିବାକୁ ମିଳିଛି।

Advertisment

ଉତ୍ତ୍ୟକ୍ତ ଲୋକମାନେ କିଛି ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ସେହିପରି ଘଟଣା ପାଇଁ ଶାସକ ଟିଏମସି ଓ ବିରୋଧୀ ସିପିଏମ ମଧ୍ୟରେ ରାଜନୀତିକ ବାକଯୁଦ୍ଧ ବି ଆରମ୍ଭ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଟିଏମସି ନେତା ସୈଫୁଦ୍ଦିନ ଲସ୍କରଙ୍କୁ ଆଜି ସକାଳେ ଜୟନଗର ସ୍ଥିତ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ସୈଫୁଦ୍ଦିନ ଜୟନଗର ବାମୁନଗାଚି ଅଞ୍ଚଳର ଟିଏମସି ମୁଖ୍ୟ ଭାବେ କାମ କରୁଥିଲେ। ତାଙ୍କ ପତ୍ନୀ ଜଣେ ପଞ୍ଚାୟତ ପ୍ରଧାନ। ତେବେ ଆଜି ହଠାତ ସୈଫୁଦ୍ଦିନ ଘର ବାହାରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

Advertisment

ଏହି ଘଟଣା ପରେ ତାଙ୍କ ସମର୍ଥକମାନେ ଗୁଳିମାଡ଼ କରିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ କାବୁ କରିଥିଲେ। ଏହାପରେ ତାଙ୍କୁ ସେମାନେ ପିଟିପିଟି ହତ୍ୟା କରିଛନ୍ତି। ସେହିପରି ଟିଏମସି ସମର୍ଥକମାନେ ସ୍ଥାନୀୟ ଅଞ୍ଚଳରେ ଥିବା କିଛି ଲୋକଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଟିଏମସିର କହିବା କଥା ଯେ ସୈଫୁଦ୍ଦିନଙ୍କୁ ହତ୍ୟା କରାଯିବା ପଛରେ ସିପିଏମର ହାତ ରହିଛି।

ତେବେ ଏହାକୁ ସିପିଏମ ପକ୍ଷରୁ ଖଣ୍ଡନ କରାଯାଇଛି। ସିପିଏମ କେନ୍ଦ୍ରୀୟ କମିଟି ସଦସ୍ୟ ସୂଜନ ଚକ୍ରବର୍ତ୍ତୀ କହିଛନ୍ତି, ପୁଲିସ୍‌ ପ୍ରକୃତ ଦୋଷୀଙ୍କୁ ଧରିବା ସହ ଘଟଣା ପଛର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ଦରକାର। ଟିଏମସି ମଧ୍ୟରେ ଚାଲିଥିବା ଅନ୍ତଃକନ୍ଦଳ ଯୋଗୁ ସୈଫୁଦ୍ଦିନଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ସିପିଏମ ମୁଣ୍ଡରେ ଅଠା ବୋଳା ଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ ଦୁଇଟି ଯାକ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ଟିଏମସି ନେତାଙ୍କୁ ହତ୍ୟା କରାଯିବା ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ତେବେ ତାଙ୍କୁ ହତ୍ୟା କରିବା ସନ୍ଦେହରେ ଜଣଙ୍କୁ ପିଟିପିଟି ମାରିଦେବା ଘଟଣାରେ ପୁଲିସ୍‌ କାହାକୁ ବି ଗିରଫ କରିନାହିଁ।

West Bengal TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe