Advertisment

ଆକ୍ରମଣକାରୀ ବନ୍ଧୁକରୁ ଫୁଟିଲାନି ଗୁଳି, ରକ୍ଷା ପାଇଗଲେ TMC କାଉନସିଲର

ଗୁଳି ନ ଫୁଟିବାରୁ ବର୍ତ୍ତି ଯିବାପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣକାରୀକୁ କାବୁ କରିଛନ୍ତି TMC କାଉନସିଲର।

ଅଦ୍ୟତନ ହୋଇଛି
CCTV Footage

CCTV Footage

Advertisment

ଆକ୍ରମଣକାରୀଙ୍କ ବନ୍ଧୁକରେ ତ୍ରୁଟି ଉପୁଜିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ତୃଣମୂଳ କଂଗ୍ରେସର ଜଣେ କାଉନସିଲର। ଘର ବାହାରେ ବସି କଥା ହେଉ ଥିବାବେଳେ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳିମାଡ଼ କରିଥିଲେ। ମାତ୍ର ବନ୍ଧୁକରେ ତ୍ରୁଟି ଥିବାରୁ ଗୁଳି ଫୁଟିନଥିଲା। ଫଳରେ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

Advertisment

ପରବର୍ତ୍ତୀ ସମୟରେ ଦୁର୍ବୃତ୍ତଙ୍କୁ କାବୁ କରିବାରେ ମଧ୍ୟ ସଫଳ ହୋଇଛନ୍ତି କାଉନସିଲର। ଏହି ଘଟଣାର ପୂରା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି।

ଭିଡିଓ ଅନୁସାରେ, ତୃଣମୂଳ କଂଗ୍ରେସର କାଉନସିଲର ସୁଶାନ୍ତ ଘୋଷ ତାଙ୍କ ଘର ଆଗରେ ଚେୟାର୍ ପକାଇ ବସିଥିଲେ। ତାଙ୍କ ସହ ଅନ୍ୟ ଜଣେ ପୁରୁଷ ଓ ମହିଳା ମଧ୍ୟ ବସି ଗପସପ ହେଉଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଗୋଟିଏ ସ୍କୁଟିରେ ଆସିଥିଲେ। ଜଣେ ସ୍କୁଟି ଉପରେ ବସି ଥିବାବେଳେ ଅନ୍ୟ ଜଣେ ଘୋଷଙ୍କ ନିକଟକୁ ଯାଇଥିଲେ।

Advertisment

କିଛି ବାଟ ଯିବା ପରେ ହଠାତ୍ ପକେଟରୁ ବନ୍ଧୁକ ବାହାର କରି ଘୋଷଙ୍କ ଉପରକୁ ଗୁଳି କରିବାକୁ ଉଦ୍ୟମ କରିଥିଲେ। ମାତ୍ର ବନ୍ଧୁକରେ ତ୍ରୁଟି ଥିବାରୁ ଗୁଳି ଫୁଟିନଥିଲା। ଦୁର୍ବତ୍ତ ଜଣକ ଏହା ଜାଣିପାରି ଖସିଯିବାକୁ ଚେଷ୍ଟା କରିଥିଲେ। ମାତ୍ର କାଉନସିଲର ଘୋଷ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାକୁ ଚେଷ୍ଟା କରିଥିଲେ।

ଫଳରେ ସ୍କୁଟିରେ ବସିଥିବା ଯୁବକ ଚାଲିଯିବାରୁ ଗୁଳି କରିବାକୁ ଉଦ୍ୟମ କରୁଥିବା ଦୁର୍ବୃତ୍ତ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ପୁଣି ଦୌଡ଼ି ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ କାଉନସିଲର ଘୋଷ ଏବଂ ତୃଣମୂଳ କଂଗ୍ରେସର ଅନ୍ୟ ସହଯୋଗୀ ମିଶି ତାଙ୍କୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି।

ପୁଲିସ ତାଙ୍କୁ ଗିରଫ କରି ତଦନ୍ତ କରୁଛି। ପଚରାଉଚରା ବେଳେ ସେ ଘୋଷଙ୍କୁ ହତ୍ୟା କରିବା ପାଇଁ ମହମ୍ମଦ ଇକବଲ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଇଥିବା ସ୍ୱୀକାର କରିଛି।

ତେବେ ମହମ୍ମଦ ଇକବଲ କିଏ ଏବଂ ସେ କାହିଁକି ଘୋଷଙ୍କୁ ମାରିବାକୁ ସୁପାରି ଦେଇଥିଲେ, ତାର ତଦନ୍ତ କରୁଛି ପୁଲିସ। ଅନ୍ୟପଟେ, ଖସି ଯାଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଖୋଜୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe