court
ବହୁଚର୍ଚ୍ଚିତ ଭୁବନେଶ୍ୱର ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାର ୨୭ ବର୍ଷ ପରେ ଆସିଛି ରାୟ। ଏ ମାମଲାରେ ୩ ଜଣ ଦୋଷୀଙ୍କୁ ଆଜୀବନ ସଜା ହୋଇଛି। ଭୁବନେଶ୍ୱର ଏଡିଜେ-୨ କୋର୍ଟ ଦୋଷୀ ଚିତ୍ତରଂଜନ, ରୁଦ୍ର ନାରାୟଣ ଓ ଜିତୁଙ୍କୁ ଆଜୀବନ ସଜା ଶୁଣାଇଛନ୍ତି। ଘଟଣାର ଚତୁର୍ଥ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି।
୧୯୯୬ ମସିହା ଜୁଲାଇ ୧୧ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱରର ଛାତି ଉପରେ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା ।ଯେଉଁଥିରେ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ। ବିଶ୍ୱଜିତ ନାୟକ, ଦିଲ୍ଲୀପ ରାୟ ଓ ଶାରଦା ରଥଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିଲା । ଗତକାଲି ଏହି ମାମଲାରେ ରାୟ ଆସିବା ସହ ୩ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଛି ।
ତେବେ ବିଳମ୍ବରେ ହେଲେ ବି ଏହି ଜଘନ୍ୟ ହତ୍ୟା ଅପରାଧ ମାମଲାରେ ରାୟ ଆସିବା ସହ ଦୋଷୀଙ୍କୁ ସଜା ଆଦେଶ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/court_1697870605.jpg)