Advertisment

ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଛି ହୋଇଗଲା ଗୋଟିଏ ପରିବାରର ୩ ପିଢ଼ି

ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରାଯାଇଛି। ଏଭଳି ଘଟଣା ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରେ ଘଟିଛି। ଦୁଇ ପରିବାର ମଧ୍ୟରେ ପୁରୁଣା ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

author-image
Debadatta Aryashrestha
Crime

Crime

ଦୀପାବଳି ରାତିରେ ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ଆନ୍ଧ୍ରପ୍ରଦେଶର କାକିନାଡାରୁ ଆସିଛି ଏକ ଲୋମହର୍ଷଣକାରୀ ଖବର। ଜିଲ୍ଲାର ଶାଲାପାକା ଗ୍ରାମର ଗୋଟିଏ ପରିବାରର ଏକା ସାଙ୍ଗରେ ତିନି ଜଣଙ୍କୁ ହତ୍ୟା କରାଯାଇଛି। ଦୁଇ ପରିବାର ମଧ୍ୟରେ ପୁରୁଣା ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

Advertisment

ମୃତ ତିନି ଜଣ ଗୋଟିଏ ପରିବାରର ବଥୁଲା ରମେଶ, ତାଙ୍କ ପୁଅ ବଥୁଲା ଚିନ୍ନି ଏବଂ ନାତି ବଥୁଲା ରାଜୁ ବୋଲି ଜଣାପଡ଼ିଛି। ଗୁରୁବାର (୩୧ ଅକ୍ଟୋବର) ରାତି ପ୍ରାୟ ୯ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଦୀର୍ଘ ଦିନ ଧରି ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ଶତ୍ରୁତା ଏବଂ ନିକଟରେ ହୋଇଥିବା ଝଗଡ଼ା କାରଣରୁ ଏପରି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ପୁଲିସ କହିବା ଅନୁସାରେ ତିନି ଜଣଙ୍କ ମୁଣ୍ଡକୁ ଛେଚି ସେମାନଙ୍କୁ ହତ୍ୟା କରାଯାଇଛି। ମୃତକମାନଙ୍କ ହାତରେ ଦାଆ ମଧ୍ୟ ରହିଥିବା ଦେଖିବାକୁ ମିଳିଛି।

କାକିନାଡା ଜିଲ୍ଲା ଏସପି ବିକ୍ରାନ୍ତ ପାଟିଲ ଓ ଅନ୍ୟ ପୁଲିସ ଅଧିକାରୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ ଏବଂ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲେ। ସେ କହିଛନ୍ତି, ପୁରୁଣା ଶତ୍ରୁତାରୁ ଦୁଇ ପରିବାର ମଧ୍ୟରେ ଏହି ରକ୍ତାକ୍ତ ସଂଘର୍ଷ ଓ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଆମେ ସବୁ ଦିଗରୁ ଘଟଣାର ତଦନ୍ତ କରୁଛୁ। ଖୁବଶୀଘ୍ର ଆମେ ଅପରାଧୀଙ୍କୁ ଧରିବୁ।

Advertisment
Kakinada Triple Murder Crime News Murder In Diwali