Advertisment

ହରଡ଼ଘଣାରେ ଭଦ୍ରକ ପୌରାଧ୍ୟକ୍ଷଙ୍କ ସ୍ୱାମୀ; ସରକାରୀ ଜାଗାରେ ପାଳିଥିଲେ ବିଜେଡି ନେତାଙ୍କ ଜନ୍ମ ଦିନ

ଉପଜିଲ୍ଲାପାଳ ମନୋଜ ପାତ୍ର ପୁରୁଣା ବଜାର ଥାନାରେ ଚେୟାରମ୍ୟାନଙ୍କ ସ୍ୱାମୀ ଜହିଦ ହବିବ୍‌ଙ୍କ ନାଁରେ ଏତଲା କରିଛନ୍ତି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ସରକାରୀ ଜାଗାରେ ବିଜେଡି ନେତାଙ୍କ ଜନ୍ମ ଦିନ ପାଳି ହରଡଘଣାରେ ପଡ଼ିଛନ୍ତି ଭଦ୍ରକ ମ୍ୟୁନିସପାଲିଟି ଚେୟାରମ୍ୟାନଙ୍କ ସ୍ୱାମୀ। ଏନେଇ ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର।

Advertisment

ଉପଜିଲ୍ଲାପାଳ ମନୋଜ ପାତ୍ର ପୁରୁଣା ବଜାର ଥାନାରେ ଚେୟାରମ୍ୟାନଙ୍କ ସ୍ୱାମୀ ଜହିଦ ହବିବ୍‌ଙ୍କ ନାଁରେ ଏତଲା କରିଛନ୍ତି। ଏହା ସହ ପୁରୁଣାବଜାର IICଙ୍କୁ ତଦନ୍ତ କରିବାକୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ସଂଧ୍ୟାରେ ଭଦ୍ରକ ସହରର ସରକାରୀ RMC ମାର୍କେଟ୍ କମ୍ପ୍ଲେକ୍ସରେ ଭଦ୍ରକର ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସହରରେ ବାଇକ୍ ରାଲି, ଡିଜେ ଏବଂ ବାଣ ଫୁଟାଇ ଏହାକୁ ସେଲିବ୍ରେଟ୍ କରାଯାଇଥିଲା। ଭଦ୍ରକ ଚେୟାରମ୍ୟାନଙ୍କ ସ୍ୱାମୀ ଏହି  ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତେବେ RMC ମାର୍କେଟ୍ କମ୍ପ୍ଲେକ୍ସରେ ଜନ୍ମଦିନ ପାଳନ କରିବା ନେଇ ଭଦ୍ରକ ଚେୟାରମ୍ୟାନଙ୍କ ସ୍ୱାମୀ ଅନୁମତି ନେଇ ନଥିଲେ।

Advertisment

ଅନୁମତି ନଥିବା ଦର୍ଶାଇ ଭଦ୍ରକ ଉପଜିଲ୍ଲାପାଳ  ପୁରୁଣାବଜାର ଥାନାରେ ଚେୟାରମ୍ୟାନଙ୍କ ସ୍ୱାମୀଙ୍କ ନାଁରେ ଏତଲା କରିଛନ୍ତି। ଏହାସହ ଭଦ୍ରକ ପୁରୁଣାବଜାର IICଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଜାଗାରେ ବିନା ଅନୁମତିରେ ରାଜନୈତିକ କାର୍ଯ୍ୟକ୍ରମ ଆଦୌ ଉଚିତ୍ ନୁହେଁ। ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୁରୁଣା ବଜାର IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।

ଅନ୍ୟପକ୍ଷରେ ଅସିତ୍ କହିଛନ୍ତି ଯେ, ଅନୁମତି କଥା ସେ ଜାଣିନାନ୍ତି। ମୋତେ ଚ୍ୟାୟରମ୍ୟାନ ନିମନ୍ତ୍ରଣ କରିଥିଲେ ମୁଁ ଗଲି। ତେବେ ଏନେଇ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

BjD Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe