Advertisment

ମା’ ପାଖରେ ଶୋଇଥିଲେ ଝିଅ, ଉଠାଇ ନେଇ ଦୁଷ୍କର୍ମ ପରେ ହତ୍ୟା କଲା ଟ୍ରକ ଡ୍ରାଇଭର

ବଳରାମ ନାବାଳିକାଙ୍କୁ କାନ୍ଧରେ ପକାଇ ନେଇ ଯାଉଥିବା ବେଳର ସିସିଟିଭି ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Truck

Truck

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ବର୍ବରକାଣ୍ଡ ଘଟାଇଛି ଜଣେ ଟ୍ରକ ଡ୍ରାଇଭର। ମା’ ପାଖରେ ଶୋଇଥିବା ଜଣେ ନାବାଳିକାଙ୍କୁ ଟ୍ରକ ଡ୍ରାଇଭର ଜଣକ ଉଠାଇ ପ୍ରଥମେ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ଉତ୍ତର ପ୍ରଦେଶର ଏହି ଟ୍ରକ ଡ୍ରାଇଭର ଜଣକ ତେଲାଙ୍ଗାନର ପେଡ୍ଡାପାଲ୍ଲି ଜିଲ୍ଲାରେ ଏପରି କାଣ୍ଡ ଘଟାଇଛି।

Advertisment

ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ପୂରା ଘଟଣା ଘଟିଛି। ୬ ବର୍ଷୀୟ ଝିଅଟି ଗୋଟିଏ ଚାଉଳ ମିଲ ବାହାରେ ତାଙ୍କ ମା’ଙ୍କ ପାଖରେ ଶୋଇଥିଲେ। ମିଲରେ ତାଙ୍କ ମା’ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି।

ନାବାଳିକା ଓ ତାଙ୍କ ମା’ ଶୋଇଥିବା ବେଳେ ଅଭିଯୁକ୍ତ ଟ୍ରକ ଡ୍ରାଇଭର ବଳରାମ ସେଠାରେ ପହଞ୍ଚିଥିଲା। ସେ ନିଘୋଡ଼ ନିଦରେ ଶୋଇଥିବା ନାବାଳିକାଙ୍କୁ ନିଜ କାନ୍ଧରେ ପକାଇ ନିକଟସ୍ଥ ଗୋଟିଏ ଅନ୍ଧାରିଆ ସ୍ଥାନକୁ ନେଇ ଯାଇଥିଲା।

Advertisment

ସେଠାରେ ଥିବା ଗୋଟିଏ ବିଦା ମୂଳରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ସେହି ଠାରେ ମୃତଦେହକୁ ମଧ୍ୟ ଫିଙ୍ଗି ଦେଇଥିଲା।

ବିଳମ୍ବିତ ରାତିରେ ପୀଡ଼ିତାଙ୍କ ମା’ଙ୍କ ନିଦ ଭାଙ୍ଗିବାରୁ ସେ ଝିଅକୁ ନ ପାଇ ବ୍ୟସ୍ତ ହୋଇ ଯାଇଥିଲେ। ସେ ଅନ୍ୟ ଶ୍ରମିକମାନଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ। ସମସ୍ତେ ଖୋଜାଖୋଜିରେ ଲାଗି ପଡ଼ିଥିଲେ। କିଛି ସମୟ ପରେ ନିକଟସ୍ଥ ବୁଦା ନିକଟରୁ ନାବାଳିକାଙ୍କ ମୃତଦେହ ମିଳିଥିଲା।

ଏହାପରେ ଶ୍ରମିକ ଓ ସ୍ଥାନୀୟ ଲୋକମାନେ ମିଳିତ ଭାବେ ଅଭିଯୁକ୍ତ ବଳରାମକୁ କାବୁ କରିଥିଲେ। ତାକୁ ପ୍ରବଳ ପିଟିବା ସହ ପୁଲିସ୍‌ର ଜିମା ଦେଇଥିଲେ। ବଳରାମ ନାବାଳିକାଙ୍କୁ କାନ୍ଧରେ ପକାଇ ନେଇ ଯାଉଥିବା ବେଳର ସିସିଟିଭି ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି।

ପୁଲିସ୍‌ ଏନେଇ ଗୋଟିଏ ମାମଲା ରୁଜୁ କରିବା ସହ ବଳରାମକୁ ଗିରଫ କରିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ କରୁଛି।

Crime Stop Rape Telangana Chief Minister