Advertisment

ଛାତ୍ରଙ୍କୁ ହତ୍ୟା କଲେ ଟ୍ୟୁସନ ଦିଦିଙ୍କ ପ୍ରେମିକ, ବାଟବଣା କରିବାକୁ ଲେଖିଲେ ଆଲ୍ଲା ହୁ ଆକବର

ରଚିତାଙ୍କ ସହ ୧୦ମ ଶ୍ରେଣୀ ଛାତ୍ରଙ୍କ ଅନୈତିକ ପ୍ରେମ ସମ୍ପର୍କ ଥିବା ପ୍ରଭାତ ସନ୍ଦେହ କରୁଥିଲେ। ଏଥିପାଇଁ ସେ ଛାତ୍ର ଜଣଙ୍କୁ ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ଛାତ୍ର ଜଣଙ୍କ ହେଉଛନ୍ତି କାନପୁରର ଜଣେ ପ୍ରସିଦ୍ଧ କପଡ଼ା ବ୍ୟବସାୟୀଙ୍କ ପୁଅ।

author-image
Hemant Lenka
UP

UP

ଗୁରୁ-ଶିଷ୍ୟ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ। ଯାହାର ଭବିଷ୍ୟତ ଗଢ଼ୁଥିଲେ, ତା’କୁ ପ୍ରେମିକ ସହ ମିଶି ମାରିଦେଲେ ଗୁରୁମା। ପରବର୍ତ୍ତୀ ସମୟରେ ସେହି ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେଇଥିଲେ। ଧାର୍ମିକ ଭାବନା ସହ ଖେଳିଥିଲେ। ମୃତ ଛାତ୍ରଙ୍କ ଘର ଆଗରେ ଆଲ୍ଲା ହୁ ଆକବର ଲେଖାଥିବା ଚିଠି ଫିଙ୍ଗିଥିଲେ। ଏପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁରରେ।

Advertisment

ଜଣେ ୧୭ ବର୍ଷୀୟ ଛାତ୍ରଙ୍କୁ ହତ୍ୟା କରିଛନ୍ତି ତାଙ୍କ ଟ୍ୟୁସନ ଦିଦିଙ୍କ ପ୍ରେମିକ। ହତ୍ୟାକାଣ୍ଡକୁ ଅପହରଣର ରୂପ ଦେବା ପାଇଁ ହତ୍ୟାକାରୀ ପୀଡ଼ିତଙ୍କ ଘର ଆଗରେ ମୁଣ୍ଡଜାମିନ ପାଇଁ ଲେଖାଥିବା ଚିଠି ମଧ୍ୟ ପକାଇଥିଲା।

୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଙ୍କ ମୃତଦେହ ଅଭିଯୁକ୍ତ ପ୍ରଭାତ ଶୁକ୍ଳାଙ୍କ ଘରୁ ମିଳିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ପ୍ରଭାତ ସହ ତାଙ୍କ ପ୍ରେମିକ ତଥା ଛାତ୍ରଙ୍କ ଟ୍ୟୁସନ ଦିଦି ରଚିତା ଓ ପ୍ରଭାତଙ୍କ ବନ୍ଧୁ ଆର୍ଯ୍ୟନଙ୍କୁ ମଧ୍ୟ ପୁଲିସ ବାନ୍ଧିଛି।

Advertisment

ରଚିତାଙ୍କ ସହ ୧୦ମ ଶ୍ରେଣୀ ଛାତ୍ରଙ୍କ ଅନୈତିକ ପ୍ରେମ ସମ୍ପର୍କ ଥିବା ପ୍ରଭାତ ସନ୍ଦେହ କରୁଥିଲେ। ଏଥିପାଇଁ ସେ ଛାତ୍ର ଜଣଙ୍କୁ ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ଛାତ୍ର ଜଣଙ୍କ ହେଉଛନ୍ତି କାନପୁରର ଜଣେ ପ୍ରସିଦ୍ଧ କପଡ଼ା ବ୍ୟବସାୟୀଙ୍କ ପୁଅ।

କୋଚିଂ କ୍ଲାସ ପାଇଁ ସୋମବାର ସନ୍ଧ୍ୟାରେ ଛାତ୍ର ଜଣଙ୍କ ତାଙ୍କ ସ୍କୁଟିରେ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ପୀଡ଼ିତ ଛାତ୍ରଙ୍କ ଘର ପାଖରେ ସ୍କୁଟି ଧରି ପହଞ୍ଚିଥିଲେ।

ଘର ସାମ୍ନାରେ ସେ ଗୋଟିଏ ହାତ ଲେଖା ଚିଠି ଫିଙ୍ଗି ଦେଇ ଚାଲି ଯାଇଥିଲେ। ପୁଅର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ୩୦ ଲକ୍ଷ ଟଙ୍କା ଦେବାକୁ ଏଥିରେ ଦାବି କରାଯାଇଥିଲା। ଚିଠିରେ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟ ମୁଣ୍ଡରେ ଅଠା ବୋଳିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିଲା।

ଏଥିରେ ଲେଖା ଯାଇଥିଲା ଯେ ଆଲ୍ଲା ହୁ ଆକବର। ଆଲ୍ଲାଙ୍କ ଉପରେ ବିଶ୍ୱାସ ରଖନ୍ତୁ। ତଦନ୍ତକୁ ବାଟବଣା କରିବା ପାଇଁ ଏପରି ଚିଠି ଫିଙ୍ଗା ଯାଇଥିବା ପୁଲିସ୍‌ କହିଛି।

ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଥିଲା ଯେ ପ୍ରଭାତ ସହ ବେଶ ଆରାମରେ ଛାତ୍ର ଜଣଙ୍କ ଗାଡ଼ିରେ ବସି ଗୋଟିଏ ଷ୍ଟୋର ରୁମକୁ ଯାଇଥିଲେ। ଷ୍ଟୋର ରୁମକୁ ତାଙ୍କୁ ଟ୍ୟୁସନ ଦିଦି ଡାକିଥିବା ପ୍ରଭାତ ଛାତ୍ର ଜଣଙ୍କୁ କହିଥିଲେ।

ପୁଲିସ କହିଛି ଯେ ଷ୍ଟୋର ରୁମକୁ ପ୍ରଭାତ ଓ ଛାତ୍ର ଜଣଙ୍କ ଏକାଠି ପ୍ରବେଶ କରିଥିଲେ। ତେବେ କିଛି ସମୟ ପରେ ପ୍ରଭାତ ସେଠାରୁ ବାହାରିଥିଲେ ହେଁ ଛାତ୍ର ଜଣଙ୍କୁ ଦେଖିବାକୁ ମିଳିଥିଲା। ପ୍ରଭାତ ପୋଷାକ ବଦଳାଇ ସେଠାରେ ପିଲାଟିର ଗାଡ଼ି ନେଇ ଚାଲି ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦୀ ହୋଇଛି।

ରଚିତା ପୂରା ଘଟଣାରେ ସାମିଲ ଥିବା କଥାକୁ ସ୍ୱୀକାର କରିଛନ୍ତି। ଏଥିସହ ମୁଣ୍ଡଜାମିନ ପାଇଁ ଲେଖାଯାଇଥିବା ଚିଠି ତାଙ୍କ ପ୍ରେମିକ ପ୍ରଭାତ ଲେଖିଥିବା ମଧ୍ୟ ସେ ପୁଲିସ୍‌କୁ କହିଛନ୍ତି। ପୁଲିସ ପୂରା ଘଟଣାରେ ସହଯୋଗ କରିଥିବା ପ୍ରଭାତଙ୍କ ବନ୍ଧୁ ଆର୍ଯ୍ୟନଙ୍କୁ ମଧ୍ୟ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

Uttar Pradesh Crime