ରେଳଧାରଣାରୁ ମୃତଦେହ ସାଙ୍ଗକୁ ଗଛରୁ ମିଳିଲା ସାର୍ଟ, ପୁଲିସ୍‌ ଖୋଜୁଛି ଚେର

ଗତ ୨୪ ତାରିଖ ସନ୍ଧ୍ୟାରେ ହଠାତ୍‌ ନିଖୋଜ ହୋଇଯାଇଥିଲେ ରଜତ । ପରଦିନ ସକାଳେ ଏକ ଗଛରୁ ତାଙ୍କ ସାର୍ଟ ମିଳିବାରୁ ସସପେନ୍ସ ବଢିଥିଲା । ଏହା ପରେ ରେଳଧାରଣରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ପୁଲିସ୍‌ ଗଛରେ ଲାଗିଥିବା ସାର୍ଟକୁ ବାହାର କରୁଛି।

  • Published: Wednesday, 12 July 2023
  • , Updated: 12 July 2023, 01:34 PM IST

ବଲାଙ୍ଗୀର ଜିଲ୍ଲା ଅଏଁଲାଚୁଆଁ ଗାଁର ରଜତ ପ୍ରଧାନ ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ । ରଜତଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି । ଅଏଁଲାଚୁଆଁ ଗାଁର ରଜତଙ୍କ ମୃତ୍ୟୁ ପଛରେ ହତ୍ୟା ଷଡ଼ଯନ୍ତ୍ର ଥିବା ଜଣାପଡିଛି । ତଦନ୍ତରୁ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମାମଲାରେ ୪ରୁ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ବଲାଙ୍ଗୀର ପୁଲିସ ।

ସୂଚନା ଅନୁସାରେ, ଗତ ୨୪ ତାରିଖ ସନ୍ଧ୍ୟାରେ ହଠାତ୍‌ ନିଖୋଜ ହୋଇଯାଇଥିଲେ ୨୩ବର୍ଷୀୟ ରଜତ । ପରଦିନ ସକାଳେ ଏକ ଗଛରୁ ତାଙ୍କ ସାର୍ଟ ମିଳିବାରୁ ସସପେନ୍ସ ବଢିଥିଲା । ଏହା ପରେ ରେଳଧାରଣରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ପରିବାର ଲୋକେ ତାଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଯେଉଁ ଗାଡ଼ିରେ ରଜତଙ୍କୁ ନିଆଯାଇଥିଲା ସେହି ଗାଡିର ଏକ ସିସିଟିଭି ଭିଡିଓ ମଧ୍ୟ ଦେଇଥିଲେ । ରଜତ ଯଦି ରେଳଧାରଣାରେ ଆତ୍ମହତ୍ୟା କରିଥିଲେ ତେବେ ୬ କିଲୋମିଟର ଦୂରରେ ଥିବା ଏକ ଗଛରେ ତାଙ୍କ ସାର୍ଟ କିପରି ମିଳିଲା ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକେ ।

ପରିବାର ଲୋକଙ୍କ ଅଭିଯୋଗ ପରେ ଗତକାଲି ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ୍‌ ୪ରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Related story