Advertisment

ପୌରାଧ୍ୟକ୍ଷଙ୍କ ପାଖ ଲୋକ ହୋଇଯାଇଥିଲେ ଭୋଳା, ସହି ପାରିଲେନି ସୁଖବିନ୍ଦର, ସୁପାରୀ ଦେଇ ମାରିଦେଲେ

ବ୍ୟବସାୟୀ ଭୋଳା ସିହ୍ନାଙ୍କୁ ହତ୍ୟା କରିବାକୁ ୬ ମାସ ପୂର୍ବରୁ ହୋଇଥିଲା ଯୋଜନା।

Accused and Victim

Accused and Victim

Advertisment

ବଡ଼ବିଲର ଜଣାଶୁଣା ବ୍ୟବସାୟୀ ଭୋଳା ସିହ୍ନା ଓରଫ ସୁନୀଲ ସିହ୍ନାଙ୍କ ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ତାଙ୍କ ନାଁ ସୁଖବିନ୍ଦର କୌର ଓରଫ ରଜ୍ଜି। ଅନ୍ୟ ଜଣଙ୍କ ହେଉଛନ୍ତି ସାକିର ହୁସେନ। ଉଭୟ ବଡ଼ବିଲର ବାସିନ୍ଦା। ସେହିପରି ଏହି ଘଟଣାରେ ଆଉ ୨ ଜଣ ଫେରାର ଅଛନ୍ତି। ସେମାନେ ହେଉଛନ୍ତି ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳର ସୁପାରୀକିଲର ରିୟାସତ ହୁସେନ ଓ ରବି। ଏହି ଘଟଣାରେ ବ୍ୟବହୃତ ବୋଲେରୋକୁ ପୁଲିସ ଜବତ କରିଛି।

Advertisment

ଭୋଳା ସିହ୍ନା ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ହେଉଛନ୍ତି ବଡ଼ବିଲ କଲ୍ୟାଣ ମଣ୍ଡପ ନିକଟରେ ରହୁଥିବା ସୁଖବିନ୍ଦର କୌର ଓରଫ ରଜ୍ଜି। ଭୋଳା ସିହ୍ନାଙ୍କୁ ହତ୍ୟା କରିବାକୁ ସେ ସାଢ଼େ ୪ ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ। ସାକିର ହୁସେନଙ୍କ ସହାୟତା ନେଇ ରିୟାସତ ହୁସେନ ଓ ରବିକୁ ଟଙ୍କା ଦେଇ ସେ ଭୋଳା ସିହ୍ନାଙ୍କୁ ହତ୍ୟା କରିଥିଲେ।

  • ହତ୍ୟା ପଛର କାରଣ

ବଡ଼ବିଲ ଥାନା ଆଇଆଇସି ପ୍ରମୋଦିନୀ ସାହୁ କହିଛନ୍ତି ଯେ ସୁଖବିନ୍ଦର କୌର ଓରଫ ରଜ୍ଜିର କହିବା ଅନୁଯାୟୀ, ସେ ଥିଲା ବଡ଼ବିଲ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲକ୍ଷ୍ମଣ ମହନ୍ତଙ୍କ ଖାସ୍ ଲୋକ। ସେ ଲକ୍ଷ୍ମଣ ମହାନ୍ତଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ତାଙ୍କ ସହଯୋଗ ଯୋଗୁ ଲକ୍ଷ୍ମଣ ମହନ୍ତ ନିର୍ବାଚନ ଜିତିପାରୁଛନ୍ତି ବୋଲି ସେ ଭାବୁଥିଲେ। ଏଥିପାଇଁ ସେ ନିଜକୁ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବୋଲି ମନେ କରୁଥିଲେ। ପରବର୍ତ୍ତୀ ସମୟରେ ସୁଖବିନ୍ଦର କୌର ଅନୁଭବ କଲେ ଯେ ଧୀରେ ଧୀରେ ଭୋଳା ସିହ୍ନା ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲକ୍ଷ୍ମଣ ମହନ୍ତଙ୍କ ଖାସ୍ ଲୋକ ହୋଇଯାଇଛନ୍ତି। ଲକ୍ଷ୍ମଣ ମହନ୍ତ ତାଙ୍କୁ ଆଉ ଗୁରୁତ୍ୱ ଦେଉ ନଥିଲେ। ତାଙ୍କ ସହିତ କଥାବାର୍ତ୍ତା ହେଉ ନଥିଲେ କି ପଇସାପତ୍ର ମଧ୍ୟ ଦେଉ ନଥିଲେ। ସେଥିପାଇଁ ସେ ଭୋଳା ସିହ୍ନାଙ୍କୁ ଟାର୍ଗେଟ କରିଥିଲେ। ଆଉ ୬ ମାସ ପୂର୍ବରୁ ସାକିର ହୁସେନଙ୍କୁ ନେଇ ଭୋଳା ସିହ୍ନାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।

Advertisment
  • ସିସିଟିଭି ଫୁଟେଜ କଲା ସହାୟତା

ଆଇଆଇସିଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ବେଳେ ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଗୁଡ଼ିକର ସାହାଯ୍ୟ ନିଆଯାଇଥିଲା। ସିସିଟିଭି ଫୁଟେଜଗୁଡ଼ିକୁ ଯାଞ୍ଚ କଲା ବେଳେ ଯେଉଁ ବୋଲେରୋରେ ଅଭିଯୁକ୍ତମାନେ ଆସିଥିଲେ, ତାହା ସାମ୍ନାକୁ ଆସିଥିଲା। ସେହି ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ନେଇ ଯାଞ୍ଚ ଆଗକୁ ବଢ଼ିଲା। ଆଉ ତଦନ୍ତ ବେଳେ ପ୍ରଥମେ ଧରା ପଡ଼ିଲେ ସାକିର ହୁସେନ। ସେ ସେହି ବୋଲେରୋକୁ ଚଲାଉଥିଲେ। ପଚରାଉଚରା ବେଳେ ସେ ତାଙ୍କ ଦୋଷ ସ୍ୱୀକାର କରିଥିଲେ ଓ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି କହିଥିଲେ। ସୁଖବିନ୍ଦର କୌର ଓରଫ ରଜ୍ଜିଙ୍କ କହିବାରେ ସାକିର ଏହି ହତ୍ୟାକାଣ୍ଡର ଯୋଜନା ପ୍ରସ୍ତୁତ କରିଥିଲେ ଓ ଭୋଳା ସିହ୍ନାଙ୍କୁ ହତ୍ୟା କରିବାକୁ ଝାଡ଼ଖଣ୍ଡର ସୁପାରୀ କିଲର ରିୟାସତ ହୁସେନ ଓ ରବିକୁ ଟଙ୍କା ଦେଇଥିଲେ। ରିୟାସତ ଓ ରବି ଗତ ସୋମବାର ବଡ଼ବିଲ ଆସି ଭୋଳା ସିହ୍ନାଙ୍କୁ ହତ୍ୟା କରିଥିଲେ।

ସୂଚନାଯୋଗ୍ୟ, ଗତ ସୋମବାର (ମେ’ ୧ ତାରିଖ) ସକାଳ ପ୍ରାୟ ୯ଟା ବେଳେ ଭୋଳା ସିହ୍ନା ତାଙ୍କ ସ୍କୁଟିରେ ୬ ନମ୍ବର ୱାର୍ଡର ପୁରୁଣା ଏଲଆଇସି କଲୋନୀ ନିକଟସ୍ଥ ଘରକୁ ଫେରୁଥିବା ବେଳେ ମିନି ଟାୱାର ନିକଟରେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା।

Odisha Police Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe