Advertisment

ଶୁଆ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ ୨ ଗିରଫ

ରାଉରକେଲା ସହରର ନାଲା ରୋଡ଼ ଅଞ୍ଚଳରୁ ଏକ ଘରେ ବେଆଇନ୍ ଶୁଆ ରଖି ବିଭିନ୍ନ ଜାଗାକୁ ବସ୍ ଯୋଗେ ଚାଲାଣ କରୁଥିଲେ

author-image
Biswajit Samal
Parrot

Parrot

ବେଆଇନ୍ ପକ୍ଷୀ କାରବାର ପଡ଼ିଲା ମହଙ୍ଗା। ରାଉରକେଲା ଏବଂ ଝାଡ଼ଖଣ୍ଡ ସୀମାରୁ ବହୁ ପରିମାଣର ଶୁଆ ଉଦ୍ଧାର କରିଛି ବନ ବିଭାଗ। ଏହି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି।

Advertisment

ବେଆଇନ ଶୁଆ ଚୋରା ଚାଲାଣା ହେଉଥିବା ଖବର ପାଇ ମାଡ଼ି ବସିଲା ରାଉରକେଲା ବନ ବିଭାଗର ସ୍ୱତନ୍ତ୍ର ଟିମ। ଅଭିଯୁକ୍ତମାନେ ସରଣ୍ଡା ଜଙ୍ଗଲରୁ ଶୁଆ ଧରି ଆଣୁଥିଲେ। ପରେ ଏହାକୁ ରାଉରକେଲା ସହରରୁ କଟକ, ଭୁବନେଶ୍ୱର, ଛତିଶଗଡ଼, ରାୟପୁର ଭଳି ସ୍ଥାନକୁ ଶୁଆ ଚାଲାଣ କରୁଥିଲେ।

ରାଉରକେଲା ସହରର ନାଲା ରୋଡ଼ ଅଞ୍ଚଳରୁ ଏକ ଘରେ ବେଆଇନ୍ ଶୁଆ ରଖି ବିଭିନ୍ନ ଜାଗାକୁ ବସ୍ ଯୋଗେ ଏମାନେ ଚାଲାଣ କରୁଥିଲେ। ଗୋଟିଏ ଗୋଟିଏ ଶୁଆକୁ ୩ହଜାରରୁ ୫ ହଜାର ଟଙ୍କା ମୂଲ୍ୟରେ ବ୍ରିକି କରିଆସୁଥିଲେ। ସମୁଦାୟ ୮୨ଟି ଶୁଆ ଉଦ୍ଧାର ହୋଇଛି। ଏନେଇ ପାନପୋଷ ଫରେଷ୍ଟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Advertisment
Parrot