Advertisment

ଏଟିଏମ ତାଡ଼ି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା

ଏଟିଏମ ଲୁଟ୍ ପରେ ଲୁଟେରାମାନେ ଦୁଇଟି ବୁମା ଫୁଟାଇ ଥିଲେ।।

author-image
Tapaswini Nayak
Loot

Loot

ଗ୍ୟାସ କଟରରେ ଏକ୍ସିସ ବ୍ୟାଙ୍କ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୋରେର ୬ରୁ ଅଧିକ ଲୁଟେରା ଆସିଥିଲେ। ପରେ ଖଇରାର ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମକୁ ଗ୍ୟାସ କଟରରେ କାଟି ୨୦ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। 

Advertisment

ଲୁଟ୍ ପରେ ଲୁଟେରାମାନେ ଦୁଇଟି ବୁମା ଫୁଟାଇ ଥିଲେ।। ସ୍ଥାନୀୟ ଲୋକେ ଆସିବାରୁ ଲୁଟେରାମାନେ ଘଟଣାସ୍ଥଳରୁ  ଚମ୍ପଟ ମାରିଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଛାନଭିନ୍ ଆରମ୍ଭ କରିଛି।ଖଇରା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ସୋର ଥାନା ମଙ୍ଗଳପୁରରେ ଥିବା PNBର ATMରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ତେବେ କେତେ ଟଙ୍କା ଲୁଟ୍‌ ହୋଇଛି ସ୍ପଷ୍ଟ ହୋଇ ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରୁଛି।

Advertisment
Balasore ATM Loot