Advertisment

ବାଲେଶ୍ୱରରୁ ଲୁଟି ଭୁବନେଶ୍ୱରରେ ଲୁଚିଥିଲେ

ଦୁଇଟି ATM ଲୁଟ୍ ଘଟଣାରେ ୫ ଲୁଟେରା ଗିରଫ। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୧୩ ହଜାର ଟଙ୍କା, ଗୋଟିଏ କାର, ଗୋଟିଏ ପିସ୍ତଲ, ୪ଟି ଅଫୁଟା ଗୁଳି, ଗ୍ୟାସ କଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ଅଦ୍ୟତନ ହୋଇଛି
undefined

ATM Loot

Advertisment

ବାଲେଶ୍ୱର ପୁଲିସକୁ ବଡ଼ ସଫଳତା। ଦୁଇଟି ATM ଲୁଟ୍ ଘଟଣାରେ ୫ ଲୁଟେରା ଗିରଫ। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୧୩ ହଜାର ଟଙ୍କା, ଗୋଟିଏ କାର, ଗୋଟିଏ ପିସ୍ତଲ, ୪ଟି ଅଫୁଟା ଗୁଳି, ଗ୍ୟାସ କଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Advertisment

ଗତ ୧୦ ତାରିଖ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାର ଖଇରା ତୁଡ଼ିଗଡିଆ ବଜାରର ଏକ୍ସିସ୍ ବ୍ୟାଙ୍କ ଏଟିଏମ୍ ଓ ସୋର ଥାନା ମଙ୍ଗଳପୁର ପିଏନବି ଏଟିଏମରୁ ୧୦ ଲକ୍ଷ ୭୧ ହଜାର ୯ଶହ ଟଙ୍କା ନେଇ ଏହି ଲୁଟେରାମାନେ ଫେରାର ହୋଇଯାଇଥିଲେ। କୌଣସି ସୁତ୍ରରୁ ଖବର ପାଇ ପୁଲିସ ସେମାନଙ୍କ ପିଛା କରିଥିଲା। 

ଲୁଟେରାମାନେ ଏକ ଧଳାରଙ୍ଗର ସୁଜୁକି ବ୍ରିଜା କାରରେ ଫେରାର ହୋଇଯାଉଥିବା ବେଳେ ପୁଲିସକୁ ବନ୍ଧୁକ ଦେଖାଇଥିଲେ। ସେଦିନ ସେମାନେ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ତା'ପରଦିନ  ବହୁ ଖୋଜାଖୋଜି କରିବା ପରେ ପୁଲିସ ଉକ୍ତ କାରକୁ ଖୁଣ୍ଟା ଥାନା ଅନ୍ତର୍ଗତ ଏକ ଗାଁରୁ ପରିତ୍ୟକ୍ତ ଅବସ୍ଥାରେ ପାଇଥିଲେ।

Advertisment

ଏହାପରେ ସାଇଣ୍ଟିଫିକ ଟିମ୍, ଡଗ୍ ସ୍କ୍ୱାଡ୍, ସାଇବର ସେଲ ସହାୟତାରେ ପୁଲିସ ତଦନ୍ତ ଆଗେଇବା ପରେ କାରଟି ଦିଲ୍ଲୀର ବୋଲି ଜାଣିବାକୁ ପାଇଥିଲା। ତଦନ୍ତ ସମୟରେ ଏହି ଲୁଟେରା ମାନେ ଭୁବନେଶ୍ୱରରେ ଥିବା ବାଲେଶ୍ୱର ପୁଲିସ ଜାଣିପାରିଥିଲା। ଲୁଟେରା ମାନେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ବାଲେଶ୍ୱର ପୁଲିସ ସେମାନଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଏଟିଏମରୁ ଲୁଟ୍ ହୋଇଥିବା ଟଙ୍କାରୁ ୬ ଲକ୍ଷ ଜବତ କରାଯାଇଛି।

ଗିରଫ ହୋଇଥିବା ଲୁଟେରା ମାନେ ହରିୟାଣାର। ସେମାନେ ଏକାଧିକ ଏଟିଏମ ଭାଙ୍ଗି ଲୁଟ୍ କରିଥିବା ପୁଲିସ ଆଗରେ ସ୍ୱକାର କରିଛନ୍ତି। ଏହି ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଫେରାର ଅଛି।    

ATM Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe