Advertisment

୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ନୁହେଁ ତାହା ସୁଚିନ୍ତିତ ହତ୍ୟାକାଣ୍ଡ- ଏସ୍‌ପି

ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍‌ପି।

ଅଦ୍ୟତନ ହୋଇଛି
BJP Leaders Murder Case

BJP Leaders Murder Case

Advertisment

ଗତ ଶନିବାର ବିଳମ୍ବିତ ରାତିରେ ସମ୍ବଲପୁରରେ ଏକ ହାଇୱା ଧକ୍କାରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତେବେ ତାହା ଦୁର୍ଘଟଣା ନୁହେଁ, ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ବୋଲି ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି। ହାଇୱା ଡ୍ରାଇଭର ଜାଣିଶୁଣି କାର୍‌କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍‌ପି।  

Advertisment

 ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଏସ୍‌ପି କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ଉକ୍ତ ଦୁର୍ଘଟଣା ଘଟାଯାଇଛି। ହାଇୱା ଡ୍ରାଇଭର ଜାଣିଶୁଣି କାର୍‌କୁ ପିଟିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଉଛି। ଡ୍ରାଇଭରଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି। ପଚରାଉଚରା ସମୟରେ ସେ କଥା ବଦଳାଉଛନ୍ତି।ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ଚାଲିଥିବା ବେଳେ ତାଙ୍କର କିଛି ସହଯୋଗୀଙ୍କୁ ପଚରାଉଚରା କରାଯାଇଛି। ଦୁର୍ଘଟଣା ସମୟରେ ହାଇୱାରେ ଡ୍ରାଇଭର ଏକା ଥିଲେ। ସନ୍ଧ୍ୟା ସୁଦ୍ଧା ରହସ୍ୟ ଖୋଲିବ ବୋଲି ଏସପି କହିଛନ୍ତି।

ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ। ମୃତକ ଦ୍ୱୟ ହେଲେ ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ।

Advertisment

ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିବା ବେଳେ ଗାଁକୁ ଫେରିବା ପାଇଁ ସେମାନେ କାର୍‌ ମଗାଇଥିଲେ। ମୁରଲୀଧରଙ୍କ ଘରୁ କାର ଆସିଥିଲା। ସେମାନେ ବିଳମ୍ବିତ ରାତିରେ କାର ଯୋଗେ ଘରକୁ ଫେରୁଥିବା ବେଳେ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ କାରଟି ଓଲଟି ପଡ଼ିଥିଲା।

ଘଟଣାସ୍ଥଳରେ ଦେବେନ୍ଦ୍ର ଓ ମୁରଲୀଧରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ହାଇୱାଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି।

ଏହି ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁରେଶ ଛନ୍ଦ କହିଛନ୍ତି ଯେ ହାଇୱା ପ୍ରଥମେ ସେମାନଙ୍କ କାରର ଗୋଟିଏ ପାର୍ଶ୍ୱରେ ଧକ୍କା ଦେଇଥିଲା। ତା’ପରେ ୧୦୦/୧୫୦ ମିଟର ପରେ ପୁଣି ଥରେ କାର ପଛରେ ଧକ୍କା ଦେଇଥିଲା। ଏହା ପରେ କେହି ମାରିବାକୁ ଚାହୁଁଥିବା ସନ୍ଦେହ ହେବାରୁ କାରକୁ ଜାତୀୟ ରାଜପଥରୁ ଓହ୍ଲାଇ ଏକ କଚ୍ଚା ରାସ୍ତାକୁ ପଳାଇ ଯାଇଥିଲୁ। ସେହି ରାସ୍ତାରେ ଆମେ ପ୍ରାୟ ୩୦୦ ମିଟର ଯାଇଥିବା ବେଳେ ଉକ୍ତ ହାଇୱା ପୁଣି ଥରେ ଆସି ପଛ ପଟୁ ଧକ୍କା ଦେଇଥିଲା ଓ କାର ଓଲଟି ପଡ଼ିଥିଲା। ଦୁର୍ଘଟଣା ହୋଇଥିଲେ ଜଣେ ଥରେ ପିଟିଥା’ନ୍ତା। ଗୋଡ଼େଇ ଗୋଡ଼େଇ ତିନି ଥର କାହିଁକି ପିଟିବ ବୋଲି ସେ କହିଥିଲେ।

ସେହିପରି ଆହତ ରାମ ନାରାୟଣ ପଣ୍ଡା କହିଛନ୍ତି, ମୁଁ ପଛ ସିଟ୍‌ରେ ବାମ ପାର୍ଶ୍ୱରେ ବସିଥିଲି। ଯେତେବେଳେ ହାଇୱା ପ୍ରଥମ ଥର ଧକ୍କା ଦେଲା, କାରକୁ ଟିକେ ସ୍ପିଡ୍‌ରେ ନେବାକୁ ଆମେ ଡ୍ରାଇଭରଙ୍କୁ କହିଥିଲୁ। ଆମେ ଟିକେ ଆଗକୁ ଯିବା ପରେ ହାଇୱାଟି ଆମକୁ ପୁଣି ଧକ୍କା ଦେଇଥିଲା। ତିନି ଥର ସେ ଆମକୁ ଧକ୍କା ଦେଇଥିଲା।

ତେଣୁ ପ୍ରଥମେ ଏହା ଏକ ଦୁର୍ଘଟଣାଜନିତ ମାମଲା ଭାବେ ଦୃଷ୍ଟିଗୋଚର ହେଉଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚରୁ ତାହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି।  

Murder Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe