Advertisment

ଦୁଇ କୋଇଲା ବୋଝେଇ ଟ୍ରକ ଜବତ, ଡ୍ରାଇଭର ଗିରଫ

ଦୁଇଟି ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କଲେ କାମାକ୍ଷାନଗର ଏସ୍‌ଡିପିଓ

author-image
Biswajit Samal
ଅଦ୍ୟତନ ହୋଇଛି
Coal Seized

Coal Seized

କାମାକ୍ଷାନଗର ଥାନା ମୁକ୍ତାପଶି ଛକ ନିକଟରେ ଦୁଇଟି ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କଲେ କାମାକ୍ଷାନଗର ଏସ୍‌ଡିପିଓ। ୪୨ ଟନର ଚୋରା କୋଇଲା ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

Advertisment

ସୋମବାର (ଗତକାଲି) ବିଳମ୍ବିତ ରାତିରେ ଦୁଇଟି ଟ୍ରକରେ ଚୋରା କୋଇଲା ଯାଉଥିବାର କାମାକ୍ଷାନଗର ଏସ୍‌ଡିପିଓ ସ୍ନେହାଶିଷ ସାହୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଦୁଇଟି ଟ୍ରକ ତାଳଚେର ରୁ ଚୋରା କୋଇଲା ନେଇ ଯାଜପୁର ଜିଲ୍ଲା ପାଣିକୋଇଲି ଯାଉଥିବା ବେଳେ କାମାକ୍ଷାନଗର ଏସ୍ଡ଼ିପିଓ ମୁକ୍ତାପଶି ଛକ ନିକଟରେ ଦୁଇଟି ଟ୍ରକକୁ ଜବତ କରିଥିଲେ।

ଏହି ଚୋରା କୋଇଲା ବୋଝଇ ଟ୍ରକକୁ ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ଗିରଫ କରିଛି ପୁଲିସ। ଦୁଇ ଡ୍ରାଇଭର ଜଣଙ୍କ ହେଉଛନ୍ତି ଅନଗୁଳ ଜିଲ୍ଲା ସେଇପୁର ଗାଁର ଈଶ୍ୱର ସାହୁ ଓ ଚନ୍ଦନ ସାହୁ।

Advertisment
Coal Seized