ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨ କର୍ମଚାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଉଭୟ ଦୋଷୀଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Representational Image

  • Published: Tuesday, 22 August 2023
  • , Updated: 22 August 2023, 05:08 PM IST

ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ୨ ଜଣ କର୍ମଚାରୀଙ୍କୁ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ମିଳିଛି। ସେମାନେ ହେଉଛନ୍ତି ସଂସ୍ଥା (ସାରଦା ରିୟଲିଟୀ ଇଣ୍ଡିଆ ଲିମିଟେଡ)ର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର ଶାଖା ପରିଚାଳକ ବାସୁଦେବ ସାମଲ।

ବାଲେଶ୍ୱରର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଜଜ୍ ବିଶ୍ୱଜିତ ଦାସ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ତା’ ସହିତ ଉଭୟଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅର୍ଥ ପଇଠ ନ ହେଲେ ସେମାନଙ୍କୁ ଅଧିକ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ସାରଦା ରିୟଲିଟୀ ଇଣ୍ଡିଆ ଲିମିଟେଡ୍ ବିଭିନ୍ନ ସ୍କିମ୍‌ରେ ୨୭୩୫ ଜଣ ଜମାକାରୀଙ୍କଠାରୁ ଠକି ନେଇଥିଲା ୪ କୋଟି ୧୬ ଲକ୍ଷ ଟଙ୍କା। ଏହି ଠକେଇ ନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁରେ ମାମଲା ରୁଜୁ ହୋଇଥିଲା। ୬୫ ଜଣ ସାକ୍ଷୀ ଓ ୧୪୪ଟି ଦଲିଲ ଏବଂ ଦସ୍ତାବିଜକୁ ଭିତ୍ତିକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Related story