Advertisment

ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨ କର୍ମଚାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଉଭୟ ଦୋଷୀଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Jail

Jail

Advertisment

ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ୨ ଜଣ କର୍ମଚାରୀଙ୍କୁ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ମିଳିଛି। ସେମାନେ ହେଉଛନ୍ତି ସଂସ୍ଥା (ସାରଦା ରିୟଲିଟୀ ଇଣ୍ଡିଆ ଲିମିଟେଡ)ର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର ଶାଖା ପରିଚାଳକ ବାସୁଦେବ ସାମଲ।

Advertisment

ବାଲେଶ୍ୱରର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଜଜ୍ ବିଶ୍ୱଜିତ ଦାସ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ତା’ ସହିତ ଉଭୟଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅର୍ଥ ପଇଠ ନ ହେଲେ ସେମାନଙ୍କୁ ଅଧିକ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ସାରଦା ରିୟଲିଟୀ ଇଣ୍ଡିଆ ଲିମିଟେଡ୍ ବିଭିନ୍ନ ସ୍କିମ୍‌ରେ ୨୭୩୫ ଜଣ ଜମାକାରୀଙ୍କଠାରୁ ଠକି ନେଇଥିଲା ୪ କୋଟି ୧୬ ଲକ୍ଷ ଟଙ୍କା। ଏହି ଠକେଇ ନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁରେ ମାମଲା ରୁଜୁ ହୋଇଥିଲା। ୬୫ ଜଣ ସାକ୍ଷୀ ଓ ୧୪୪ଟି ଦଲିଲ ଏବଂ ଦସ୍ତାବିଜକୁ ଭିତ୍ତିକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Advertisment
Saradha Chit Fund
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe