Advertisment

ଟଙ୍କା ଲୋଭରେ ୩ ଜଣଙ୍କୁ ମାରିଥିଲେ, ଉଭୟଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ପ୍ରାୟ ୭ ବର୍ଷ ତଳେ ଘଟିଥିଲା ଏହି ଟ୍ରିପଲ ମର୍ଡର। ମୃତକଙ୍କ ମଧ୍ୟରେ ଏକ ୪ ବର୍ଷର ଶିଶୁ ପୁତ୍ର ଥିଲା।

author-image
Jitendra Garnayak
Convict

Convict

ଟଙ୍କା ଲୋଭରେ ଏକ ଦମ୍ପତି ଓ ତାଙ୍କର ଶିଶୁ ପୁତ୍ରଙ୍କୁ ହତ୍ୟା କରିଥିଲେ ଦୁଇ ଜଣ ବ୍ୟକ୍ତି। ସେମାନଙ୍କ ଦୋଷ ସାବ୍ୟସ୍ତ ହେବାରୁ ସେମାନଙ୍କୁ ମିଳିଛି ଫାଶି ଦଣ୍ଡାଦେଶ। ଘଟଣାଟି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁର। ଫାଶି ଦଣ୍ଡାଦେଶ ପାଇଥିବା ଦୁଇ ଦୋଷୀ ହେଉଛନ୍ତି, ନନ୍ଦକିଶୋର ସେଠୀ ଓ ପ୍ରକାଶ ବେହେରା।

Advertisment

୨୦୧୭ ଅକ୍ଟୋବର ୧୦ ତାରିଖରେ ଘଟିଥିଲା ଏହି ଟ୍ରିପଲ ମର୍ଡର। ମା’ ମାହେଶ୍ୱରୀ ଗ୍ରୁପରୁ ଏକ ଦମ୍ପତି ଦେଢ଼ ଲକ୍ଷ ଟଙ୍କା ଉଠାଥିଲେ। ଏହି ଟଙ୍କା ହଡ଼ପ କରିବା ପାଇଁ ଯୋଜନା କରିଥିଲେ ନନ୍ଦକିଶୋର ସେଠୀ ଓ ପ୍ରକାଶ ବେହେରା। ସେଥିପାଇଁ ସେମାନେ ଏହି ଦମ୍ପତି ଓ ସେମାନଙ୍କ ୪ ବର୍ଷର ପୁଅଙ୍କୁ ହତ୍ୟା କରିଥିଲେ।

ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଏହି ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ନନ୍ଦକିଶୋର ସେଠୀ ଓ ପ୍ରକାଶ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନଙ୍କୁ ୩୦୨ ଦଫାରେ ଫାଶୀ ସହ ୩୭୪ ଦଫାରେ ଆଜୀବନ ଓ ୨୦୧ ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

Advertisment
Death Sentence