ବହୁ ଚର୍ଚ୍ଚିତ ୨୦୧୬ ବାଙ୍କୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଦୋଷୀ ସନ୍ତୋଷ ସାହୁ ଓ ବିଭୂତି ରାଉତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ତା’ ସହିତ ମୃତକଙ୍କ ପରିବାରକୁ ଆଇନ ଅନୁଯାୟୀ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୬ ଅଗଷ୍ଟ ୧ ତାରିଖରେ ସମ୍ପୃକ୍ତ ନାବାଳିକା ଏକ ଘରୋଇ ବସରେ କଟକରୁ ବାଙ୍କୀ ଯାଉଥିଲେ। ବସର ଡ୍ରାଇଭର ସନ୍ତୋଷ ସାହୁ ଓ କଣ୍ଡକ୍ଟର ବିଭୂତି ରାଉତ ନାବାଳିକାଙ୍କୁ ରତାଗଡ଼ ନେଇଯାଇଥିଲେ। ସେଠାରେ ଉଭୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ରେଞ୍ଚିରେ ପିଟି ପିଟି ହତ୍ୟା କରିଥିଲେ।
ହତ୍ୟା କରିବା ପରେ ନାବାଳିକାଙ୍କ ମୃତଦେହକୁ ଜାତ ମୁଣ୍ଡିଆ ବ୍ରିଜରୁ ମହାନଦୀ ମଧ୍ୟକୁ ପକାଇ ଦେଇଥିଲେ ସନ୍ତୋଷ ଓ ବିଭୂତି। ପରଦିନ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ତଦନ୍ତ କରି ସନ୍ତୋଷ ଓ ବିଭୂତିଙ୍କୁ ଗିରଫ କରିଥିଲା। ମୋଟ ୪୪ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରାୟ ୬୦ଟି ଦଲିଲକୁ ବିଚାରକୁ ନେଇ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।