ବାଙ୍କୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା, ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ମୋଟ ୪୪ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରାୟ ୬୦ଟି ଦଲିଲକୁ ବିଚାରକୁ ନେଇ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Representational Image

  • Published: Tuesday, 24 September 2024
  • , Updated: 24 September 2024, 06:19 PM IST

ବହୁ ଚର୍ଚ୍ଚିତ ୨୦୧୬ ବାଙ୍କୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଦୋଷୀ ସନ୍ତୋଷ ସାହୁ ଓ ବିଭୂତି ରାଉତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ତା’ ସହିତ ମୃତକଙ୍କ ପରିବାରକୁ ଆଇନ ଅନୁଯାୟୀ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ ଅଗଷ୍ଟ ୧ ତାରିଖରେ ସମ୍ପୃକ୍ତ ନାବାଳିକା ଏକ ଘରୋଇ ବସରେ କଟକରୁ ବାଙ୍କୀ ଯାଉଥିଲେ। ବସର ଡ୍ରାଇଭର ସନ୍ତୋଷ ସାହୁ ଓ କଣ୍ଡକ୍ଟର ବିଭୂତି ରାଉତ ନାବାଳିକାଙ୍କୁ ରତାଗଡ଼ ନେଇଯାଇଥିଲେ। ସେଠାରେ ଉଭୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ରେଞ୍ଚିରେ ପିଟି ପିଟି ହତ୍ୟା କରିଥିଲେ।

ହତ୍ୟା କରିବା ପରେ ନାବାଳିକାଙ୍କ ମୃତଦେହକୁ ଜାତ ମୁଣ୍ଡିଆ ବ୍ରିଜରୁ ମହାନଦୀ ମଧ୍ୟକୁ ପକାଇ ଦେଇଥିଲେ ସନ୍ତୋଷ ଓ ବିଭୂତି। ପରଦିନ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ତଦନ୍ତ କରି ସନ୍ତୋଷ ଓ ବିଭୂତିଙ୍କୁ ଗିରଫ କରିଥିଲା। ମୋଟ ୪୪ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରାୟ ୬୦ଟି ଦଲିଲକୁ ବିଚାରକୁ ନେଇ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Related story