Advertisment

ସପ୍ତାହିକ ହାଟରେ ଦୁଇ ଭାଇଙ୍କୁ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ

ସାଥୀ ବ୍ୟବସାୟୀମାନେ ଦୁଇ ଭାଇଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ସିରିଗିଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଳଚେର ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Attack

Attack

Advertisment

ସାପ୍ତାହିକ ହାଟରେ ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଘଟିଛି। ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ଖୋଳତାଡ ଆରମ୍ଭ କରିଛି।

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗୋଳାଗାଡ଼ିଆ ଶରତ ସାହୁ ଓ ତାଙ୍କ ଭାଇ ଭରତ ସାହୁ ହେଉଛନ୍ତି ମସଲା ବ୍ୟବସାୟୀ। ଆଜି ଦୁଇ ଭାଇ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ସାପ୍ତାହିକ ହାଟକୁ ମସଲା ବିକିବା ପାଇଁ ଯାଇଥିଲେ। ହାଟ ବ୍ୟବସାୟ ସରିବା ପରେ ଦୁଇ ଭାଇ ଦୋକାନ ବନ୍ଦ କରୁଥିଲେ। ଠିକ୍‌ ସେହି ସମୟରେ ଦୁଇ ଜଣ ଯୁବକ ମୁଖା ପିନ୍ଧି ଏକ କଳା ପଲସରରେ ସେଠାରେ ପହଞ୍ଚିଥିଲେ। ଜଣେ ବନ୍ଧୁକ ଦେଖାଇଥିଲା ଓ ଅନ୍ୟଜଣେ ଏକ ଧାରୁଆ ଅସ୍ତ୍ରରେ ଦୁଇଜଣକୁ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ସାଥୀ ବ୍ୟବସାୟୀମାନେ ଦୁଇ ଭାଇଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ସିରିଗିଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଳଚେର ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖାନ ତଲାସି ଚଳାଇଛି। ତେବେ ଗତ ଦୁଇ ମାସ ମଧ୍ୟରେ କଳାପଲସର ଆରୋହୀ ଦୁଇ ଡକାୟତ ସମାନ ଢ଼ଙ୍ଗରେ ଲୁଟି ନେଇଥିଲେ। ହେଲେ ପୁଲିସ୍‌ ଅପରାଧୀଙ୍କ ଟେର ପାଉନାହିଁ।

Advertisment

ରିପୋର୍ଟ- ତେଲକୋଇ ଚିନ୍ମୟ କୁମାର ସାହୁ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe