Advertisment

ମୁମ୍ବାଇରେ ଠକେଇ, ଭୁବନେଶ୍ୱରରୁ ଗିରଫ

ରାଜେନ୍ଦ୍ର ଓ ସଚିନ୍ ଫେକ୍ ୱେବସାଇଟ୍ ଖୋଲି ମୁମ୍ବାଇରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକେଇ କରିଥିଲେ

ଅଦ୍ୟତନ ହୋଇଛି
Bhubaneswar

Bhubaneswar

Advertisment

ଚାକିରି ଦେବା ନାଁରେ ମୁମ୍ବାଇରେ ଲୋକମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ଭୁବନେଶ୍ୱରେ ଲୁଚିଥିଲେ। ସହିଦନଗର ଥାନା ଅଞ୍ଚଳରୁ ୨ ଠକଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ଗିରଫ ଦୁଇ ଠକ ହେଲେ ଯାଜପୁରର ରାଜେନ୍ଦ୍ର ମଲ୍ଲିକ ଓ କନ୍ଧମାଳର ସଚିନ୍ ଦିଗଲ।

Advertisment

ରାଜେନ୍ଦ୍ର ଓ ସଚିନ୍ ଫେକ୍ ୱେବସାଇଟ୍ ଖୋଲି ମୁମ୍ବାଇରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକେଇ କରିଥିଲେ। ଏନେଇ ଦୁଇ ଅଭିଯୁକ୍ତଙ୍କ ନାଁରେ ମୁମ୍ବାଇ ଥାନେ ପୁଲିସ ଷ୍ଟେସନରେ ଏତଲା ହୋଇଥିଲା। ଥାନେ ପୁଲିସ ଦୁଇ ଠକଙ୍କୁ ମୁମ୍ବାଇରେ ଖୋଜିଥିଲା, ହେଲେ ପାଇ ନଥିଲା। ପରେ ସେମାନେ ଭୁବନେଶ୍ୱରର ଥିବା ଜଣାପଡ଼ିଥିଲା। ଏନେଇ ଥାନେ ପୁଲିସ ଭୁନେଶ୍ୱରର କମିଶନରେଟ୍ ପୁଲିସ ସହ ଯୋଗାଯୋଗ କରିଥିଲା। କମିଶନରେଟ୍ ପୁଲିସ ସହାୟତାରେ ସହିଦନଗର ଥାନା ଅଞ୍ଚଳରୁ ୨ ଠକଙ୍କୁ ଗିରଫ କରିଥିଲା।

ଗିରଫ ପରେ ଉଭୟଙ୍କ ଠାରୁ ୩୭ଟି ମୋବାଇଲ ଫୋନ, ୧୨ଟି ପାନ କାର୍ଡ, ୩୮ଟି ଏଟିଏମ କାର୍ଡ, ୨୫ଟି ସିମକାର୍ଡ ଓ ଲାପଟପ୍ ଜବତ କରିଛି ପୁଲିସ । ଗିରଫ ପରେ ଦୁଇ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ଥାନେ ପୁଲିସ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe