Advertisment

ଠିକାଦାରଙ୍କୁ ଟାର୍ଗେଟ କରୁଥିବା ୨ ଡକାୟତ ଗିରଫ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଠିକାଦାର ଓ ଧନୀ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିବା ଦୁଇ ଜଣ ଡକାୟତଙ୍କୁ ଗିରଫ କରିଛି ପୁଲିସ୍।

author-image
Jitendra Garnayak
Police

Police

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଠିକାଦାର ଓ ଧନୀ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିବା ଦୁଇ ଜଣ ଡକାୟତଙ୍କୁ ଗିରଫ କରିଛି ପୁଲିସ୍। ସେମାନେ ହେଉଛନ୍ତି ରାକେଶ ପାତ୍ର ଓ ପୂର୍ଣ୍ଣଚନ୍ଦ୍ର ଦାସ। ରାକେଶଙ୍କଠାରୁ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରାଯାଇଛି।

Advertisment

ରାକେଶ ଓ ପୂର୍ଣ୍ଣଚନ୍ଦ୍ର କେତେବେଳେ କାହାକୁ ବନ୍ଧୁକ ଦେଖାଇ ତ କେତେବେଳେ କାହା ଘର ଉପରକୁ ବୋମାମାଡ଼ କରି ଭୟଭୀତ କରି ବଟି ଆଦାୟ କରୁଥିଲେ। ଢେଙ୍କାନାଳ ସହରର ପିଡବ୍ଲୁଡି ଅଫିସ ନିକଟରେ ଫାଙ୍କା ଗୁଳି ଚଳାଇ କାମାକ୍ଷାନଗରର ଜଣେ ଠିକାଦାରଙ୍କ ଠାରୁ କାର ଛଡ଼ାଇ ନେବା ଘଟଣାରେ ଏହି ଦୁହିଁଙ୍କର ସଂପୃକ୍ତି ରହିଥିଲା।

ରାକେଶ ପାତ୍ର ନାଁରେ କାମାକ୍ଷାନଗର ଓ ତୁମୁସିଙ୍ଗା ଥାନାରେ ବିଭିନ୍ନ ଠିକାଦାରଙ୍କୁ ଦାଦାବଟି ମାଗିବା ଭଳି ମାମଲା ରହିଛି। ପୂର୍ଣ୍ଣଚନ୍ଦ୍ର ନାଁରେ ମଧ୍ୟ ଢେଙ୍କାନାଳ ସଦର ଥାନାରେ ଡକାୟତି ନେଇ ମାମଲା ରହିଛି।

Advertisment

ଏହି ଦୁଇ ଡକାୟତ ରାକେଶ ନାଥ ଚଲାଉଥିବା ‘କିଙ୍ଗ୍ ଅଫ୍ ଫରେଷ୍ଟ’ ଗ୍ୟାଙ୍ଗର ସଦସ୍ୟ ବୋଲି ମାନିଥିବା ପୁଲିସ ପକ୍ଷରୁ କୁହାଯାଇଛି। କାମାକ୍ଷାନଗରର ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ରାକେଶ ନାଥ।

ଢେଙ୍କାନାଳ ଏସ୍‌ପି କହିଛନ୍ତି ରାକେଶ ନାଥ ଓ ତାର ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ପୁଲିସ ଯୋଜନା କରୁଛି। ପୂର୍ବରୁ ମଧ୍ୟ ଏହି ଗ୍ୟାଙ୍ଗର ୬ ଜଣ ସଦସ୍ୟ ଧରାପଡ଼ି ସାରିଛନ୍ତି।

Odisha Police Police Criminal Arrested