Advertisment

ଛେଳି ଚୋରି ସନ୍ଦେହ, ଦୁଇ ସାଙ୍ଗଙ୍କ ହାତ-ଗୋଡ ବାନ୍ଧି ଟାଙ୍ଗିଦେବା ପରେ ଧୂଆଁ ଦେଲେ

ଛେଳି ଚୋରି ସନ୍ଦେହରେ ଦୁଇ ବନ୍ଧୁଙ୍କୁ ଅମାନବୀୟ ନିର୍ଯାତନା। ହାତ-ଗୋଡ ବାନ୍ଧି ଟାଙ୍ଗି ଦେବାପରେ ଦେଲେ ଧୂଆଁ।

author-image
Debibandita Barick
Image Used By Viral Video

Image Used By Viral Video

ଛେଳି ଚୋରି ସନ୍ଦେହରେ ଦୁଇ ବନ୍ଧୁଙ୍କୁ ଅମାନବୀୟ ନିର୍ଯାତନା। ଘଟଣା ଘଟିଛି ତେଲେଙ୍ଗାନାର ମଞ୍ଚିରିୟାଲ ଜିଲ୍ଲାରେ। ଛେଳି ଚୋରି କରିଥିବା ସନ୍ଦେହ କରି ଦୁଇ ବନ୍ଧୁଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଦୁଇ ବନ୍ଧୁଙ୍କ ଗୋଡ-ହାତ ବାନ୍ଧି ଟାଙ୍ଗି ଦେବା ପରେ ସେମାନଙ୍କୁ ଧୂଆଁ ଦେଇଛନ୍ତି ଛେଳି ମାଲିକଙ୍କ ପରିବାର।

Advertisment

ଏହି ସମୟର ଭିଡିଓ ଭାଇରାଲ୍ ହେଉଛି। ପୁଲିସ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଛେଳି ମାଲିକ ରାମୁଲୁ, ତାଙ୍କ ପତ୍ନୀ ଓ ପୁଅ। ପୁଲିସ ସୂଚନା ଅନୁସାରେ, ଶୁକ୍ରବାର(ସେପ୍ଟେମ୍ବର 1)ରେ ଏହି ଘଟଣା ଘଟିଛି।

ଶୁକ୍ରବାର ରାମୁଲୁଙ୍କ ଛେଳି ଚୋରି ହୋଇଥିଲା। ସେ ଗାଇ ଚରାଳି ତେଜା ଏବଂ ତାଙ୍କ ବନ୍ଧୁ ଚିଲୁମୁଲା କିରଣଙ୍କୁ ସନ୍ଦେହ କରିଥିଲେ। ଚିରୁମୁଲା ଜଣେ ଦଳିତ ସମ୍ପ୍ରଦାୟର ବ୍ୟକ୍ତି। ଉଭୟଙ୍କୁ ଡାକି ପତ୍ନୀ ଓ ପୁଅ ସହାୟତାରେ ନିର୍ଯାତିତ କରିଥିଲେ ରାମୁଲୁ। ତେଜା ଓ କିରଣଙ୍କ ହାତ-ଗୋଡ ବାନ୍ଧି ଏକ ଉଚ୍ଚ ସ୍ଥାନରେ ବାନ୍ଧି ଦେଇଥିଲେ ରାମୁଲ। ଏହାପରେ ତାଙ୍କୁ ଧୂଆଁ ଦେଇଥିଲେ।

Advertisment

ଏନେଇ କିରଣଙ୍କ ପତ୍ନୀ ପୁଲିସରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଛେଳି ମାଲିକଙ୍କ ପୁଅଙ୍କର କିଛି ସାଙ୍ଗଙ୍କର ମଧ୍ୟ ସମ୍ପୃକ୍ତି ରହିଛି। ହତ୍ୟା ଉଦ୍ୟମ, ଦଳିତଙ୍କୁ ଅତ୍ୟାଚାର ଆଦି ଅଭିଯୋଗରେ ଏସସି /ଏସଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ।

Crime News Goats Stealing Allegation