Advertisment

ପୋଖରୀରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ

ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ମଧ୍ୟରେ ଥିବା ପୋଖରୀରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ଦୁଇ ଭାଇ।

author-image
Jitendra Garnayak
Pond

Pond

ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ମଧ୍ୟରେ ଥିବା ପୋଖରୀରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ଦୁଇ ଭାଇ। ସେମାନେ ହେଉଛନ୍ତି ବଡ଼ବଜାର ଅଞ୍ଚଳର କେ. ରାଙ୍ଗା ଆଚାରି (୬୦) ଓ କେ. ଜନାର୍ଦ୍ଦନ ଆଚାରି।

Advertisment

ସୂଚନା ଅନୁଯାୟୀ, ଏ ଦୁଇ ଭାଇ ମଦ ପିଇ ଘରେ ଝଗଡ଼ା କରନ୍ତି। ଗତକାଲି ମଧ୍ୟ ଘରେ ସେମାନେ ଝଗଡ଼ା କରିଥିଲେ। ଘରେ ଝଗଡ଼ା କରିବା ପରେ ଅପରାହ୍ନ ପ୍ରାୟ ୪ଟା ବେଳକୁ ଘରୁ ବାହାରି ଆସିଥିଲେ। ରାତିରେ ଆଉ ଘରକୁ ଫେରି ନଥିଲେ।

ଆଜି ସକାଳେ ବିଜୁ ପଟ୍ଟନାୟକ ପାର୍କ ସ୍ଥିତ ପୋଖରୀରେ ଦୁଇଟି ଶବ ଭାସୁଥିବା କର୍ମଚାରୀମାନେ ଦେଖିଥିଲେ। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହ ଦୁଇଟିକୁ ପୋଖରୀରୁ ଉଦ୍ଧାର କରାଯିବା ପରେ ସେଗୁଡ଼ିକର ଚିହ୍ନଟ କରାଯାଇଥିଲା।

Advertisment

ତେବେ ଏହି ଦୁଇ ବ୍ୟକ୍ତି ପାର୍କ ମଧ୍ୟକୁ କେତେବେଳେ ଆସିଲେ ଓ କେଉଁ ଭଳି ସ୍ଥିତିରେ ବୁଡ଼ିଗଲେ, ତାହା ଜଣାପଡ଼ିନାହିଁ। ପୁଲିସ୍ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।

Deadbody Drown Case