Advertisment

ରାଜଧାନୀରେ ଯୁବକଙ୍କୁ ଅପହରଣ ଓ ଆକ୍ରମଣ ଘଟଣା: ୨ ଅଟକ

ଗତକାଲି ଜମିବାଡ଼ି ବିବାଦକୁ ନେଇ ସନ୍ତୋଷ ପଣ୍ଡାଙ୍କୁ ସ୍କର୍ପିଓରେ ଉଠାଇ ନେଇଥିଲେ। ଗଣ୍ଡରପୁର ନଦୀପଠାରେ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ଯୁବକ।

Kidnap using white color scorpio

Kidnap using white color scorpio

Advertisment

ରାଜଧାନୀରେ ଯୁବକଙ୍କୁ ଅପହରଣ ପରେ ଆକ୍ରମଣ ଅଭିଯୋଗରେ ୨ ଜଣ ଅଟକ। ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ନନ୍ଦନକାନନ ଥାନା ପୁଲିସ। ଗତକାଲି ଜମିବାଡ଼ି ବିବାଦକୁ ନେଇ ବରିମୁଣ୍ଡା ଅଞ୍ଚଳର ସନ୍ତୋଷ ପଣ୍ଡାଙ୍କୁ ଏକ ସ୍କର୍ପିଓରେ ଉଠାଇ ନେଇଥିଲେ କିଛି ଦୁର୍ବୃତ୍ତ। ପରେ ଗଣ୍ଡରପୁର ସ୍କୁଲ ପାଖକୁ ନେଇ ଲୁହା ରଡ଼ ଓ ଶାବଳରେ ମରଣାନ୍ତକ ଆକ୍ରମଣ କରିଥିଲେ।

Advertisment

ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ଉଦ୍ଧାର କରି କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଚିହ୍ନଟ କରିଥିବାବେଳେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଜମି କାରବାରକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ। ମଞ୍ଚେଶ୍ୱର ଥାନାରେ ସନ୍ତୋଷଙ୍କ ପତ୍ନୀ ଅପହରଣ ପରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି।

ଗତକାଲି ଦୁର୍ବୃତ୍ତମାନେ ନମ୍ବର ପ୍ଲେଟରେ ବ୍ଲାକ ଟେପ୍ ଲଗାଇ ଏକ ଧଳା ରଙ୍ଗର ସ୍କର୍ପିଓ ନେଇ ଆସିଥିଲେ। ସନ୍ତୋଷଙ୍କୁ ଜରିପାଟଣା ଛକରୁ ଉଠାଇ ନେଇଥିଲେ। ଗଣ୍ଡରପୁର ସ୍କୁଲ ନିକଟରେ ଥିବା ନଦୀ ପଠାକୁ ନେଇ ଲୁହା ରଡ଼ ଓ ଶାବଳରେ ପିଟି ଲହୁ ଲୁହାଣ କରି ଦେଇଥିଲେ। ସନ୍ତୋଷ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏନେଇ ସନ୍ତୋଷଙ୍କ ପତ୍ନୀ କହିଥିଲେ, ମୋ ସ୍ୱାମୀ ଜୀବନ ମରଣ ସହ ଲଢ଼ୁଛନ୍ତି। ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

Advertisment
Bhubaneswar News Crime Kidnapping Cases Land Dispute Kidnap And Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe