Sadam and Chitaranjan
ସ୍ପେଶାଲ ଟାକ୍ସ ଫୋର୍ସ (STF) ହାତରେ ଧରାପଡ଼ିଛନ୍ତି ଦୁଇ ଫେରାର ନିଶା ମାଫିଆ। ସେମାନେ ହେଲେ- ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରା।
ପିପିଲି ଦାନଗୋହୀରିର ଏମ.ଡି. ସଦାମ ବିରୋଧରେ NDPS ଓ ARMS actରେ ମାମଲା ଥିଲା। ୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ଚଢ଼ାଉ ବେଳେ ଏସ୍ଟିଏଫ୍ ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ତା’ସହିତ ୩ଟି 7 ଏମ୍ଏମ୍ ପିସ୍ତଲ, ୭ଟି ମାଗାଜିନ୍, 7 ଏମ୍ଏମ୍ର ୪୩ଟି ଗୁଳି ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା। ତେବେ ସଦାମ ସେଠାରୁ ଖସି ପଳାଇଥିଲା। ଫେରାର ହେବାର ଦେଢ଼ ବର୍ଷ ପରେ ଏସ୍ଟିଏଫ୍ ଗତ ଶୁକ୍ରବାର ତାକୁ ଧରିବାରେ ସଫଳ ହୋଇଥିବା ବେଳେ ଗତକାଲି କୋର୍ଟ ଚାଲାଣ କରିଛି।
ସେହିପରି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋପାଳପ୍ରସାଦର ଚିତ୍ତରଞ୍ଜନ ବେହେରାକୁ ଗିରଫ କରିଛି ଏସ୍ଟିଏଫ୍। ୨୦୨୧ ଡିସେମ୍ବର ୨୦ରେ ଏସ୍ଟିଏଫ୍ ଚଢ଼ାଉ କରି ଏକ କେଜିରୁ ଅଧିକ ବ୍ରାଉନସୁଗର ଜବତ କରିଥିଲା ଏସ୍ଟିଏଫ୍। ତେବେ ସେହି ଚଢ଼ାଉ ବେଳେ ଚିତ୍ତରଞ୍ଜନ ଫେରାର ହୋଇଯିବାର ସଫଳ ହୋଇଥିଲା। ଗତକାଲି ଏସ୍ଟିଏଫ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1696150689.jpg)