/odisha-reporter/media/post_attachments/uploadimage/library/16_9/16_9_0/Naxal_1725795000.jpg)
Naxal
ଆରମ୍ଭ ହୋଇଛି ପାର୍ବଣ ଋତୁ। ଆଉ ଏହି ପାର୍ବଣ ଋତୁରେ ପକେଟ ଗରମ କରିବା ପାଇଁ ନକ୍ସଲଙ୍କ ନାଁରେ ଚାନ୍ଦା ଆଦାୟ କରୁଥିଲେ ଦୁଇ ଯୁବକ। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଞ୍ଚଳରୁ ଆସିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଗତ ୫ ତାରିଖରେ ରାଇଘର ବ୍ଲକ୍ ଖୁଡ଼ୁକୁ ପଞ୍ଚାୟତ ରାସପୁର ଗାଁର ରାମଲାଲ ହରିଜନ ଓ ଖୁଡ଼ୁକୁ ଗ୍ରାମର ପିଲାରାମ ହରିଜନ ହାଟଭରାଣ୍ଡିର ଅନୀଲ କୁମାର ଗନ୍ତାଙ୍କ ଆଧାର କେନ୍ଦ୍ରକୁ ଯାଇଥିଲେ। ଆଉ ନକ୍ସଲ ପରିଚୟ ଦେଇ ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଦୋକାନ ଆଗରେ ପୋଷ୍ଟର ଲାଗିବ ଓ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ। ସେମାନଙ୍କଠାରୁ ଏପରି ଧମକ ଶୁଣିବା ପରେ ଅନୀଲ ଡରି ଯାଇଥିଲେ। ବର୍ତ୍ତମାନ ଟଙ୍କା ନାହିଁ, ପରେ ଆସି ନେଇଯିବା ପାଇଁ ଅନୀଲ୍ ସେମାନଙ୍କୁ କହିଥିଲେ। ତା’ପରେ ସେମାନେ ପଳାଇ ଯାଇଥିଲେ।
ଅନୀଲ୍ ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ନମ୍ବର ୮୯/୨୦୨୪ରେ ମାମଲା ଋଜୁ କରି ରାମଲାଲ ହରିଜନ ଓ ପିଲାରାମ ହରିଜନଙ୍କୁ ଗିରଫ କରିଥିଲେ। ଗିରଫଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ତେଣୁ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ରିପୋର୍ଟ- ଉମରକୋଟରୁ ସନ୍ତୋଷ ଶତପଥୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
