Advertisment

ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିଲେ ଦୁଇ ଯୁବକ

ଗତ ୫ ତାରିଖରେ ରାଇଘର ବ୍ଲକ୍‌ ଖୁଡ଼ୁକୁ ପଞ୍ଚାୟତ ରାସପୁର ଗାଁର ରାମଲାଲ ହରିଜନ ଓ ଖୁଡ଼ୁକୁ ଗ୍ରାମର ପିଲାରାମ ହରିଜନ ହାଟଭରାଣ୍ଡିର ଅନୀଲ କୁମାର ଗନ୍ତାଙ୍କ ଆଧାର କେନ୍ଦ୍ରକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Naxal

Naxal

Advertisment

ଆରମ୍ଭ ହୋଇଛି ପାର୍ବଣ ଋତୁ। ଆଉ ଏହି ପାର୍ବଣ ଋତୁରେ ପକେଟ ଗରମ କରିବା ପାଇଁ ନକ୍ସଲଙ୍କ ନାଁରେ ଚାନ୍ଦା ଆଦାୟ କରୁଥିଲେ ଦୁଇ ଯୁବକ। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଞ୍ଚଳରୁ ଆସିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଗତ ୫ ତାରିଖରେ ରାଇଘର ବ୍ଲକ୍‌ ଖୁଡ଼ୁକୁ ପଞ୍ଚାୟତ ରାସପୁର ଗାଁର ରାମଲାଲ ହରିଜନ ଓ ଖୁଡ଼ୁକୁ ଗ୍ରାମର ପିଲାରାମ ହରିଜନ ହାଟଭରାଣ୍ଡିର ଅନୀଲ କୁମାର ଗନ୍ତାଙ୍କ ଆଧାର କେନ୍ଦ୍ରକୁ ଯାଇଥିଲେ। ଆଉ ନକ୍ସଲ ପରିଚୟ ଦେଇ ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଦୋକାନ ଆଗରେ ପୋଷ୍ଟର ଲାଗିବ ଓ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ। ସେମାନଙ୍କଠାରୁ ଏପରି ଧମକ ଶୁଣିବା ପରେ ଅନୀଲ ଡରି ଯାଇଥିଲେ। ବର୍ତ୍ତମାନ ଟଙ୍କା ନାହିଁ, ପରେ ଆସି ନେଇଯିବା ପାଇଁ ଅନୀଲ୍‌ ସେମାନଙ୍କୁ କହିଥିଲେ। ତା’ପରେ ସେମାନେ ପଳାଇ ଯାଇଥିଲେ।

ଅନୀଲ୍‌ ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ନମ୍ବର ୮୯/୨୦୨୪ରେ ମାମଲା ଋଜୁ କରି ରାମଲାଲ ହରିଜନ ଓ ପିଲାରାମ ହରିଜନଙ୍କୁ ଗିରଫ କରିଥିଲେ। ଗିରଫଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ତେଣୁ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

Advertisment

ରିପୋର୍ଟ- ଉମରକୋଟରୁ ସନ୍ତୋଷ ଶତପଥୀ

Crime Naxal Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe