/odisha-reporter/media/post_attachments/uploadimage/library/16_9/16_9_0/Vigilance_1702302044.jpg)
Vigilance
୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଲେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବନ୍ଧବାହାଲ ବନଖଣ୍ଡର ମହିଳା ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ଜଗୁଆଳି ସଞ୍ଜୟ ବାରିକ।
Advertisment
ଦଳଗାଁ ପଞ୍ଚାୟତର ସୋଲପାଲି ଗାଁର ଅରବିନ୍ଦ ସେଟଙ୍କୁ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ମାଗିଥିଲେ ଫରେଷ୍ଟ ଗାର୍ଡ ଝରଣା ସାହୁ। ଏନେଇ ଅରବିନ୍ଦ ଭିଜିଲାନ୍ସକୁ ଜଣାଇଥିଲେ।
ପୂର୍ବ ଯୋଜନା ଅନୁଯାୟୀ ଆଜି ଅରବିନ୍ଦ ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ଜଗୁଆଳି ସଞ୍ଜୟ ବାରିକଙ୍କୁ ଟଙ୍କା ଦେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଭିଜିଲାନ୍ସ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି। ଜଗୁଆଳି ସଞ୍ଜୟଙ୍କ ପକେଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
