Advertisment

ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଫରେଷ୍ଟ ଗାର୍ଡ ଓ ଜଗୁଆଳି

ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ମାଗିଥିଲେ ଫରେଷ୍ଟ ଗାର୍ଡ ।

Vigilance

Vigilance

Advertisment

୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଲେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବନ୍ଧବାହାଲ ବନଖଣ୍ଡର ମହିଳା ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ଜଗୁଆଳି ସଞ୍ଜୟ ବାରିକ।

Advertisment

ଦଳଗାଁ ପଞ୍ଚାୟତର ସୋଲପାଲି ଗାଁର ଅରବିନ୍ଦ ସେଟଙ୍କୁ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ମାଗିଥିଲେ ଫରେଷ୍ଟ ଗାର୍ଡ ଝରଣା ସାହୁ। ଏନେଇ ଅରବିନ୍ଦ ଭିଜିଲାନ୍ସକୁ ଜଣାଇଥିଲେ।

ପୂର୍ବ ଯୋଜନା ଅନୁଯାୟୀ ଆଜି ଅରବିନ୍ଦ ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ଜଗୁଆଳି ସଞ୍ଜୟ ବାରିକଙ୍କୁ ଟଙ୍କା ଦେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଭିଜିଲାନ୍ସ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି। ଜଗୁଆଳି ସଞ୍ଜୟଙ୍କ ପକେଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

Advertisment
Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe