Advertisment

ଭିଜିଲାନ୍ସ ଜାଲରେ ମିଶନ ଶକ୍ତିର ଦୁଇ କର୍ମଚାରୀ

୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
vigilance net

vigilance net

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମିଶନ ଶକ୍ତିର ଦୁଇ ଜଣ କର୍ମଚାରୀ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ମିଶନ ଶକ୍ତିର ବିପିଏମ ଲକ୍ଷ୍ମଣ ବିଶ୍ୱାଳ ଓ ସଂଯୋଜକ ପ୍ରଦୀପ୍ତ ଭୂୟାଁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ମିଶନ ଶକ୍ତି ବିଭାଗର ଏକ ଏଲଡିଏମ ପଦବୀ ପାଇଁ କିଛି ମହିଳା ଆବେଦନ କରିଥିଲେ। ଚାକିରି କରାଇ ଦେବା ପାଇଁ  ଜଣେ ମହିଳାଙ୍କୁ ସେମାନେ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଲଡିଏମ ପଦ ପାଇଁ ହୋଇଥିବା ପରୀକ୍ଷାରେ ଦୁଇ ଜଣ ମହିଳା କୃତକାର୍ଯ୍ୟ ହୋଇଥିବା ଲକ୍ଷ୍ମଣ ଓ ପ୍ରଦୀପ୍ତ ଜାଣିପାରିଥିଲେ। ଏହାର ସୁଯୋଗ ନେଇ ଚାକିରି କରାଇଦେବା ବାହାନାରେ ସେମାନେ ଜଣଙ୍କୁ ଲାଞ୍ଚ ମାଗିଥିଲେ।

ଉକ୍ତ ମହିଳା ଏନେଇ ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କୁ ଜଣାଇଥିଲେ। ଏହାପରେ ବାରିପଦା ଭିଜିଲାନ୍ସ ୟୁନିଟ ଦୁଇ ଲାଞ୍ଚୁଆ କର୍ମଚାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ।

Advertisment

ବୁଧବାର ପୂର୍ବ ଯୋଜନା ମୁତାବକ ପ୍ରଦୀପ୍ତ ଏବଂ ଲକ୍ଷ୍ମଣ ବ୍ଲକ କାର୍ଯ୍ୟାଳୟ ପରିସରରେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ। ପ୍ରଦୀପ୍ତ ଓ ଲକ୍ଷ୍ମଣଙ୍କ ବାରିପଦା ବାସଭବନରେ ଭିଜିଲାନ୍ସ ଯାଞ୍ଚ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ବାରିପଦା ଭିଜିଲାନ୍ସ ଡିଏସପି।

ରିପୋର୍ଟ - ବାରିପଦାରୁ ମାନିକ୍ ଲାଲ୍ ପାଣି

Vigilance Raid