Advertisment

ଲାଞ୍ଚ ନେଇ ଧରାପଡ଼ିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ କିରାଣି

ଯନ୍ତ୍ରୀ ଲାଞ୍ଚ ମାଗିଥିବା ବେଳେ କନିଷ୍ଠ କିରାଣି ଲାଞ୍ଚ ଅର୍ଥ ଗ୍ରହଣ କରିଥିଲେ।

author-image
Jitendra Garnayak
Benudhara and Kailash

Benudhara and Kailash

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଜଳସମ୍ପଦ ବିଭାଗ CAD ଡିଭିଜନ ନଂ-୮ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ ସେହି ଅଫିସର କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା। ଜଣେ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏହି ଦୁଇ ଅଧିକାରୀଙ୍କୁ ଧରିଥିଲା ଭିଜିଲାନ୍ସ।

Advertisment

ଅଭିଯୋଗକାରୀ ଜଣେ ଗାଡ଼ି ମାଲିକ। ତାଙ୍କ ଗାଡ଼ି ଏହି ଅଫିସରେ ଭଡ଼ାରେ ଲାଗିଛି। ଗାଡ଼ି ଭଡ଼ା ବାବଦ ତାଙ୍କର ବକେୟା ବିଲ୍ ଗୁଡ଼ିକୁ କ୍ଲିୟର କରି ଦେବା ପାଇଁ ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ। ଆଜି ଅଭିଯୋଗକାରୀ ଲାଞ୍ଚ ଟଙ୍କାକୁ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ଦେଇଥିଲେ। ସେହି ସମୟରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ସେଠାରେ ଉପସ୍ଥିତ ଥିଲେ। ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା ସମସ୍ତ ଲାଞ୍ଚ ଅର୍ଥ ଜବତ କରିଥିଲେ।

ଲାଞ୍ଚ ନେଇ ଧରାପଡ଼ିବା ପରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇଙ୍କ ତିନିଟି ଠିକଣାରେ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଦୁଇ ଅଧିକାରୀ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Advertisment
Vigilance Raid Odisha Vigilance Vigilance Net Vigilance