Advertisment

ଥାନାରେ ଜଳୁଛି ଦୁଇଗୋଷ୍ଠୀର ସଂଘର୍ଷର ନିଆଁ! ପୁଲିସ୍‌ ଚୁପ୍‌

ଦୁଇ ଦିନ ତଳେ ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା ଗାଁରେ ହୋଇଥିଲା ଛତର ଯାତ୍ରା। ସେହି ଯାତ୍ରା ଦେଖିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଯାତ୍ରା ଚାଲିଥିବା ବେଳେ ଆଦିବାସୀ ଗୋଷ୍ଠୀଙ୍କୁ ଦଳିତ ସମାଜର କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ।

Balangir

Balangir

Advertisment

ଥାନାରେ ଜଳୁଛି ଦୁଇ ଗୋଷ୍ଠୀର ସଂଘର୍ଷର ନିଆଁ! ହେଲେ ପୁଲିସ୍‌ ଚୁପ୍‌ ବସିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯାହାକୁ ନେଇ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଥାନା ଘେରାଉ କରିଛନ୍ତି।

Advertisment

ଦୁଇ ଦିନ ତଳେ ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା ଗାଁରେ ହୋଇଥିଲା ଛତର ଯାତ୍ରା। ସେହି ଯାତ୍ରା ଦେଖିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଯାତ୍ରା ଚାଲିଥିବା ବେଳେ ଆଦିବାସୀ ଗୋଷ୍ଠୀଙ୍କୁ ଦଳିତ ସମାଜର କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ। ଯାହାଫଳରେ ଆଦିବାସୀ ଗୋଷ୍ଠୀର ୫ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣକୁ ବିରୋଧ କରିଥିଲେ ଆଦିବାସୀ ସମାଜ।

ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦିବାସୀ ସମାଜ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଯାହାକୁ ନେଇ ଆଦିବାସୀ ସମାଜ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଆଦିବାସୀ ସମାଜ ଓ କେତେକ ସ୍ଥାନୀୟ ଲୋକ ଥାନା ଘେରାଉ କରିଥିଲେ। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି।

Advertisment

ବଙ୍ଗୋମୁଣ୍ଡା ଥାନା ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Crime Balangir Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe