Advertisment

ଜାଲ୍‌ ନୋଟ୍‌ ଜାଣି ବ୍ୟାଙ୍କ ଫେରାଇଦେଲା; ବୁଲି ବୁଲି ଟଙ୍କା ବଦଳାଇଥିଲା, ଏବେ ବନ୍ଧା ହେଲା

ଫରେନ୍‌ ଲିକର ସପ୍‌ ମାଲିକଙ୍କ ଅଭିଯୋଗ କ୍ରମେ ନୀଳଗିରି ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପରେ ପୁଲିସ୍‌ ପୂର୍ଣ୍ଣଚନ୍ଦ୍ରଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ଘନ ଘନ ଜେରା ପରେ ଖଇରା ଅଞ୍ଚଳର ବୀଣାପାଣି ମୁଖୀଙ୍କୁ ଧରିଥିଲା ପୁଲିସ୍‌।

author-image
Manoranjan Sial
Balasore

Balasore

ଜାଲ୍‌ ନୋଟ୍‌ ଜାଣି କିଓସ୍କ ବ୍ୟାଙ୍କ ଫେରାଇଦେଲା। ଆଉ ତା’ପରେ ବଜାର ସାରା ବୁଲି ବୁଲି ଜାଲ୍‌ ନୋଟ୍‌ ବଦଳାଇଥିଲା। ଏବେ ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ବନ୍ଧା ହୋଇ ଜେଲ୍‌ ଗଲା ପୂର୍ଣ୍ଣଚନ୍ଦ୍ର ନାୟକ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଆସିଛି। ପୁଲିସ ପୂର୍ଣ୍ଣଚନ୍ଦ୍ର ନାୟକ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ସହିତ ବହୁ ଜାଲ୍‌ ନୋଟ୍‌ ଜବତ କରିଛି। ଏନେଇ ସୂଚନା ଦେଛନ୍ତି ବାଲେଶ୍ୱର ଏସ୍‌ପି ସାଗରିକା ନାଥ।

Advertisment

ଗତ ମଙ୍ଗଳବାର ନୀଳଗିରି ଥାନା ଘୁଡ଼ାଡ଼ିଆଁ ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ ସନ୍ତରାଗଡିଆ ବଜାରରେ ଥିବା ବ୍ୟାଙ୍କ ଅଫ୍‌ ବରୋଦା କିଓସ୍କ ଶାଖାରେ ୩୦ ହଜାର ଟଙ୍କା ଜମା କରିବାକୁ ଯାଇଥିଲେ। ଟଙ୍କା ଜମା ବେଳେ ଜାଲ ଥିବା ଜାଣିବାକୁ ପାଇଥିଲେ ବ୍ୟାଙ୍କ କର୍ମଚାରୀ। ତେଣୁ ସେ ଟଙ୍କା ଫେରସ୍ତ କରିଦେଇଥିଲେ। ଘଟଣା ପ୍ରଚାରିତ ହେବା ପୂର୍ବରୁ ପୂର୍ଣ୍ଣଚନ୍ଦ୍ର ବଜାରରେ ଚା’ ଦୋକାନ, ମାଛ ଦୋକାନ, ମଦ କାଉଣ୍ଟର, ମୋବାଇଲ ରିଚାର୍ଜ ଦୋକାନରେ ଜାଲ ନୋଟ୍‌ ଟଙ୍କା ବଦଳାଇଥିବା ଅଭିଯୋଗ ହୋଇଥିଲା।

ଫରେନ୍‌ ଲିକର ସପ୍‌ ମାଲିକଙ୍କ ଅଭିଯୋଗ କ୍ରମେ ନୀଳଗିରି ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପରେ ପୁଲିସ୍‌ ପୂର୍ଣ୍ଣଚନ୍ଦ୍ରଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ଘନ ଘନ ଜେରା ପରେ ଖଇରା ଅଞ୍ଚଳର ବୀଣାପାଣି ମୁଖୀଙ୍କୁ ଧରିଥିଲା ପୁଲିସ୍‌। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୁଲିସ। ଏଥିସହ ୩୨,୭୦୦ ଟଙ୍କାର ଜାଲ୍‌ ନୋଟ ଜବତ କରିଛି। ଜବତ ହୋଇଥିବା ନୋଟ୍‌ ଭିତରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଜାଲ୍‌ ନୋଟ୍ ରହିଛି ବୋଲି ଏସ୍‌ପି କହିଛନ୍ତି।

Advertisment

ଜାଲ୍‌ ନୋଟ୍‌ ରାକେଟ ପର୍ଦ୍ଦାଫାସ ନେଇ ବାଲେଶ୍ଵର ଏସ୍‌ପି ସାଗରିକା ନାଥ କହିଛନ୍ତି, ଜବତ ହୋଇଥିବା ଜାଲ୍‌ ନୋଟ୍‌ ଗୁଡ଼ିକ ହାଏ କ୍ୱାଲିଟିର ପେପର ଓ ପ୍ରିଣ୍ଟରରେ ପ୍ରିଣ୍ଟ କରାଯାଇଛି। ଟିକେ ନିରିଖି ଦେଖିଲେ ଜାଲ୍‌ ନୋଟ୍‌ ବୋଲି ଜଣାପଡ଼ିଯିବ। କୌଣସି ନୋଟ୍‌ ଗ୍ରହଣ କରିବା ପୂର୍ବରୁ ଭଲକରି ତନଖି ରଖନ୍ତୁ। ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏସ୍‌ପି ସାଗରିକା ନାଥ କହିଛନ୍ତି।

ରିପୋର୍ଟ-ନୀଳଗିରିରୁ ବିଶ୍ୱମ୍ଭର ଦାସ

Balasore