Advertisment

ଜବତ ବାଣ ଓ ମଦ ଚୋରାଚାଲାଣ, ହୋମଗାର୍ଡ ସମେତ ୨ ଗିରଫ

ଜଣେ କନଷ୍ଟେବଲ ଓ ଅନ୍ୟ ଜଣେ ହୋମ୍‌ଗାର୍ଡଙ୍କ ବିରୋଧରେ ମଧ୍ୟ ଆସିଥିଲା ଅଭିଯୋଗ।

Home Guard

Home Guard

Advertisment

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରୁ ଜବତ ବାଣ ଓ ମଦକୁ ଚୋରାଚାଲାଣ କରୁଥିବା ଅଭିଯୋଗରେ ଜଣେ ହୋମଗାର୍ଡଙ୍କ ସମେତ ୨ ଜଣ ଗିରଫ ହୋଇଛନ୍ତି। ଗିରଫ ହୋମଗାର୍ଡଙ୍କ ନାଁ ପ୍ରକାଶ ମୁଦୁଲି। ଅନ୍ୟ ଜଣଙ୍କ ହେଉଛନ୍ତି କାର ଡ୍ରାଇଭର, ଯେଉଁଥିରେ ବାଣ ଓ ମଦ ଚୋରାଚାଲାଣ ହେଉଥିଲା। ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସ ଏହି ସୂଚନା ଦେଇଛନ୍ତି।

Advertisment

ଏହି ଘଟଣାରେ ବେଗୁନିଆ ଥାନାର କନଷ୍ଟେବଲ ସିଦ୍ଧେଶ୍ୱର ମହାପାତ୍ର ଓ ହୋମଗାର୍ଡ ସରୋଜ ମହାରଣାଙ୍କର ସଂପୃକ୍ତି ଥିବା ନେଇ ପ୍ରକାଶ କହିଥିଲେ ହେଁ, ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସଂପର୍କରେ କିଛି ସୂଚନା ମିଳିପାରି ନାହିଁ।

ଶନିବାର ବେଗୁନିଆ ଥାନା ପୁଲିସ କଣ୍ଟାବାଡ଼ ଗାଁରେ ଏକ ବେଆଇ ବାଣ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ବେଗୁନିଆ ଷ୍ଟାଡିୟମ ନିକଟରୁ ଏକ ମଦ ବୋଝେଇ କାର୍‌କୁ ଜବତ କରିଥିଲା। ଏହି କାର୍‌ଟି ସିରିଜ୍ ଦୁର୍ଘଟଣା ମଧ୍ୟ ଘଟାଇଥିବା ଅଭିଯୋଗ ହୋଇଥିଲା।

Advertisment

ଜବତ ବାଣ ଓ ମଦ ଥାନା ପରିସରରେ ଥିଲା। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ହୋମଗାର୍ଡ ପ୍ରକାଶ ମୁଦୁଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ଓମିନି କାରରେ ବହୁ ପରିମାଣରେ ବାଣ ଓ ମଦ ନେଇ କୌଣସି ସ୍ଥାନକୁ ଯାଉଥିଲେ। ସେତିକି ବେଳେ ବେଗୁନିଆ ସରପଞ୍ଚ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଧରିଥିଲେ। ବାଣ ଓ ମଦ ନେଇ ସେମାନେ କେଉଁଆଡ଼େ ଯାଉଛନ୍ତି ବୋଲି ଲୋକେ ପଚାରିଥିଲେ। କିନ୍ତୁ ହୋମଗାର୍ଡ ପ୍ରକାଶ ମୁଦୁଲି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଓଲଟି ସେ ସ୍ଥାନୀୟ ଲୋକଙ୍କୁ ହାତଯୋଡ଼ି ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଥିଲେ।

ବେଗୁନିଆ ଥାନାର କନଷ୍ଟେବଳ ସିଦ୍ଧେଶ୍ୱର ମହାପାତ୍ର ଓ ହୋମଗାର୍ଡ ସରୋଜ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ପ୍ରକାଶ ମୁଦୁଲି କାରରେ ବାଣ ଓ ମଦ ନେଇ ଯାଉଥିଲେ ବୋଲି ଲୋକଙ୍କ ଆଗରେ କହିଥିବା ଜଣାପଡ଼ିଛି। ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ବେଗୁନିଆ ସରପଞ୍ଚ ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କୁ ଖବର ଦେଇଥିଲେ। ଏସ୍‌ଡିପିଓ ଦିଲ୍ଲୀପ ଦାସ ଓ ବେଗୁନିଆ ଥାନା ଆଇଆଇସି ଲୋକଙ୍କୁ ବୁଝାସୁଝା କରି କାରଟିକୁ ଜବତ କରି ଥାନାକୁ ନେଇଥିଲେ।

Odisha Police Odisha Home Guards
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe