Advertisment

ଗୁଳି ମାଡ଼ରେ ୨ ମୃତ; ଜଣେ ପିଏସ୍‌ଓ, ଅନ୍ୟ ଜଣେ ତା’ ଭାଇ

ଚୁଲିମାଲ ଗାଁଠାରୁ ଅଳ୍ପ ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ କୁକୁଡ଼ା ଫାର୍ମ। ଅଭିଯୋଗ ଅନୁସାରେ ସେହିଠାରୁ ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ତା’ପରେ କଥା ଉଗ୍ରରୂପ ଧାରଣ କରିଥିଲା।

ଅଦ୍ୟତନ ହୋଇଛି
Crime

Crime

Advertisment

ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ବୀଭତ୍ସ ଘଟଣା ଆଜି ସନ୍ଧ୍ୟା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁ ନିକଟରେ ଘଟିଛି। ମୃତ ଯୁବକ ଦୁଇ ଜଣ ହେଲେ ଚୁଲିମାଲ ଗାଁର ମନୋଜ ଝାଙ୍କର ଓ ସହଦେବ ଝାଙ୍କର। ଉଭୟ ସମ୍ପର୍କୀୟ ଭାଇ। ଦୁଇ ଭାଇଙ୍କ ମୁଣ୍ଡରେ ବାଜିଛି ଗୁଳି। ଏମାନଙ୍କ ଭିତରେ ମନୋଜ ପିଏସ୍‌ଓ ଅଛନ୍ତି। ତେବେ କିଏ କାହାକୁ ଗୁଳି କରିଥିଲେ, ତାହା ଜଣାପଡ଼ି ନାହିଁ।

Advertisment

ଚୁଲିମାଲ ଗାଁଠାରୁ ଅଳ୍ପ ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ କୁକୁଡ଼ା ଫାର୍ମ। ଅଭିଯୋଗ ଅନୁସାରେ ସେହିଠାରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ତା’ପରେ କଥା ଉଗ୍ରରୂପ ଧାରଣ କରିଥିଲା। ଜଣେ ଅନ୍ୟ ଜଣଙ୍କ ମୁଣ୍ଡକୁ ଗୁଳି କରିଥିବା ଅଭିଯୋଗ ହେଉଛି। ତା’ପରେ ଗୁଳି କରିଥିବା ଯୁବକ ନିଜ ମୁଣ୍ଡରେ ଗୁଳି କରିଥିବା ଅଭିଯୋଗ ହେଉଛି। ତେବେ ଗୁଳିକାଣ୍ଡର ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରି ନାହିଁ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରୁ ଗୋଟିଏ ସର୍ଭିସ୍‌ ରିଭଲଭର୍‌ ଜବତ କରିଛି। ବନ୍ଧୁକଟି ଘଟଣାସ୍ଥଳରେ ପଡ଼ିଥିବା ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ କହିଛନ୍ତି। ସେପଟେ ସୁବର୍ଣ୍ଣପୁର ଏସ୍‌ପି ୟଶ ପ୍ରତାପ ଶ୍ରୀମାଳ ମେଡ଼ିକାଲ୍‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ଏସ୍‌ପି ଗୁଳିକାଣ୍ଡ ଘଟିଥିବା ସ୍ଥାନକୁ ଯାଇଥିବା ଜଣାପଡ଼ିଛି।

Advertisment

ରିପୋର୍ଟ-ବିନିକାରୁ ଦିଲ୍ଲୀପ ସାହୁ

Crime Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe