Advertisment

ଗାଡ଼ି ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟ୍‌

ଗାଡ଼ି ଡିକି ତାଡ଼ି ଦୁର୍ବୃତ୍ତମାନେ ଦୁଇ ଲକ୍ଷ ଟଙ୍କା ଲୁଟି କରି ନେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Loot

Loot

Advertisment

ରାୟଗଡ଼ା ଜିଲ୍ଲା ଗୁଣୁପୁର ଷ୍ଟେଟ ବ୍ୟାଙ୍କ ସାମ୍ନାରୁ ଅଭିନବ ଉପାୟରେ ଲୁଟ୍। ବାଇକ୍ ଡିକି ତାଡ଼ି ଲୁଟ୍ ହୋଇଛି ୨ ଲକ୍ଷ ଟଙ୍କା। 

Advertisment

ସୂଚନା ଅନୁସାରେ, ଜଳତାର ଗ୍ରାମର ସୁରେନ୍ଦ୍ର ଦଳପତି SHG ଗ୍ରୁପ୍‌ର ଟଙ୍କା ଉଠାଇବା ପାଇଁ ଗୁଣୁପୁର ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇ ସୁରେନ୍ଦ୍ର ଗାଡ଼ିର ଡିକିରେ ରଖିଥିଲେ। ଆଉ ଗାଡ଼ି ବୁଲାଇ ବାହାରିବା ବେଳେ କିଛି ଯୁବକ ସେହି ପାଖରେ ଟଙ୍କା ପକାଇ କହିଥିଲେ ଏ ଟଙ୍କା କାହାର। ସୁରେନ୍ଦ୍ର ଗାଡ଼ି ଛାଡ଼ି ଟଙ୍କା ପାଖକୁ ଗଲା ବେଳେ ଯୁବକମାନେ ତାଙ୍କ ଗାଡ଼ିର ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।

ଲୁଟେରାମାନେ ଡିକି ଭାଙ୍ଗି କିଭଳି ଭାବରେ ଟଙ୍କା ଲୁଟ୍ କରିଥିଲେ, ତା’ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହି ଘଟଣାକୁ ନେଇ ସୁରେନ୍ଦ୍ର ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ରିପୋର୍ଟ - ଗୁଣୁପୁରରୁ ରାକେଶ କୁମାର ପାଢ଼ୀ

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe