Advertisment

ଗ୍ୟାସ୍‌ କଟରରେ ATM କାଟିଲେ, ଅଖାରେ ଟଙ୍କା ପୂରାଇ ନେଇଗଲେ

ଆଜି ସକାଳେ ଏଟିଏମ୍‌ ଶର୍ଟର ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏ ନେଇ ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ପହଞ୍ଚି ଶର୍ଟର ଟେକିଥିଲେ। ସେହି ସମୟରେ ଏଟିଏମ୍‌ ଭଙ୍ଗା ଯାଇଥିବା ଦେଖି ସୋରରେ ଅଭିଯୋଗ କରିଥିଲେ।

Loot

Soro

Advertisment

ଗ୍ୟାସ୍‌ କଟରରେ ATM କାଟିଲେ। ଅଖାରେ ଟଙ୍କା ପୂରାଇ ନେଇଗଲେ। ଆଉ ଗଲାବେଳେ ଶର୍ଟର ପକାଇ ଚାଲିଗଲେ। ଏପରି ଲୁଟ୍‌ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ବାହାନଗା ବଜାରରେ ରହିଛି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏଟିଏମ୍‌। ରବିବାର ବିଳମ୍ୱିତ ରାତିରେ ଦୁଇ ଲୁଟେରା ମୁହରେ ଗାମୁଛା ଓ ହାତରେ ଗ୍ଲୋସ ପିନ୍ଧି ଏଟିଏମ୍‌ ଭିତରେ ପଶିଥିଲେ। ସେମାନେ ପ୍ରଥମେ ଏଟିଏମ୍ ଶର୍ଟରକୁ ଭିତର ପାର୍ଶ୍ୱରୁ ପକାଇ ଦେଇଥିଲେ। ତା’ପରେ ଏଟିଏମ୍‌ ମେଶିନ୍‌କୁ ଗ୍ୟାସ୍‌ କଟରରେ କାଟି ଥିଲେ। ପରେ ଏଟିଏମ୍‌ରୁ ଟଙ୍କା କାଢ଼ି ଏକ ଅଖାରେ ପୂରାଇଥିଲେ। ତା’ପରେ ଟଙ୍କା ବସ୍ତାକୁ ଧରି ଚମ୍ପଟ ମାରିଥିଲେ। ଚମ୍ପଟ ମାରିବା ପୂର୍ବରୁ ସେମାନେ ଏଟିଏମ୍‌ ଶର୍ଟର ପକାଇ ଚାଲି ଯାଇଥିଲେ। ଏଟିଏମ୍‌ରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଯାହାର ଫଟୋ ଏବେ ପୁଲିସ୍‌ ହାତରେ।

ଆଜି ସକାଳେ ଏଟିଏମ୍‌ ଶର୍ଟର ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏ ନେଇ ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ପହଞ୍ଚି ଶର୍ଟର ଟେକିଥିଲେ। ସେହି ସମୟରେ ଏଟିଏମ୍‌ ଭଙ୍ଗା ଯାଇଥିବା ଦେଖି ସୋରରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରିନି।

Advertisment

ଏଟିଏମ୍‌ ପାଖ ଦୋକାନୀ କହିଛନ୍ତି, ରାତି ୧୨ ଟା ପର୍ଯ୍ୟନ୍ତ ଏଟିଏମ୍‌ ଚାଲୁଥିଲା। ଲୋକମାନେ ଟଙ୍କା ଉଠାଉଥିଲେ। ହେଲେ ସେ ଗଲା ପରେ ଚୋରି ହୋଇଥିବା କହିଛନ୍ତି।

ତେବେ ଏନେଇ ଏସ୍‌ବିଆଇ କିମ୍ୱା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ସୋରରୁ ନିରଞ୍ଜନ ବେହେରା

Balasore Loot ATM Loot SBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe