ଜୁଇରେ ଜଳୁଥିବା ଶବରୁ ମାଂସ କାଢ଼ି ଖାଇଲେ ଦୁଇ ବ୍ୟକ୍ତି

ଶବ ପୋଡ଼ିଲା ବେଳେ ସେଥିରୁ ମାଂସ ବାହାର କରି ଖାଇବା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖିଛି।

Two Accused PhotoOR

ଦୁଇ ଅଭିଯୁକ୍ତ

Jitendra Garnayak
  • Published: Wednesday, 12 July 2023
  • Updated: 12 July 2023, 11:45 AM IST

Sports

Latest News

ଶବ ପୋଡ଼ିଲା ବେଳେ ସେଥିରୁ ମାଂସ ବାହାର କରି ଖାଇବା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।

ସୋମବାର ବଡ଼ସାହି ଥାନା ବୀରେଶ୍ୱରପୁର ପଞ୍ଚାୟତ ଦାନ୍ତୁଣି ଗାଁର ଯୁବତୀ ଟୁନି ସିଂଙ୍କର ମୃତ୍ୟୁ ହୋଇଥିଲା। ବଡ଼ସାହି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ବାରିପଦାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପରେ ଅପରାହ୍ନ ପ୍ରାୟ ୩ଟା ବେଳେ ଗାଁକୁ ମୃତଦେହ ଆସିଥିଲା।

ଗାଁ ମୁଣ୍ଡ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗାଁର ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ ମଧ୍ୟ ସାମିଲ ହୋଇଥିଲେ। ଗାଁ ଲୋକଙ୍କ କହିବା ଅନୁଯାୟୀ ସେ ଦୁଇ ଜଣ ନିଶାଶକ୍ତ ଥିଲେ। ଶବଦାହ ଚାଲିଥିବା ବେଳେ ଅନ୍ୟମାନେ ସେଇ ପାଖରେ ବସିଥିବା ବେଳେ ମୋହନ ଓ ନରେନ୍ଦ୍ର ଶବ ଠିକ୍‌ ସେ ପୋଡ଼ୁଛି ନା ନାହିଁ ତଦାରଖ କରୁଥିଲେ।

Also Read

ମୃତ ଯୁବତୀଙ୍କ ଦାଦା ଲୋବୋ ସିଂଙ୍କ କହିବା ଅନୁଯାୟୀ, ଶବ ପ୍ରାୟ ପୋଡ଼ି ଯାଇଥିଲା। ଶେଷକୁ ଏକ ମାଂସଖଣ୍ଡ ଥିଲା। ତାହା ଆଉ ପୋଡ଼ୁ ନଥିବା ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ କହିଥିଲେ। ତାକୁ ହାଣି ଖଣ୍ଡ ଖଣ୍ଡ କରି ପୁଣି ଜୁଇରେ ପକାଇ ଦେଲେ ଜଳି ଯିବ ବୋଲି ସେମାନେ କହିଥିଲେ। ସେମାନେ ସେହି ମାଂସଖଣ୍ଡକୁ ଜୁଇରୁ କାଢ଼ି ଥିଲେ। ନରେନ୍ଦ୍ର ସିଂ ତାକୁ ୩ ଖଣ୍ଡ କରିଥିଲେ। ସେଥିରୁ ଦୁଇ ଖଣ୍ଡ ମାଂସକୁ ମୋହନ ସିଂହ ଜୁଇକୁ ଫୋପାଡ଼ି ଦେଇଥିଲେ। କିନ୍ତୁ ଆଉ ଖଣ୍ଡେ ମାଂସକୁ ସେ ଜୁଇକୁ ଫିଙ୍ଗି ନଥିଲେ। ସେ ସେଇଟିକୁ ତାଙ୍କ ବାମ ହାତରେ ଲୁଚାଇ ରଖିଥିଲେ। ଲୋବୋ ସିଂ ଏହା ଦେଖିପାରିଥିଲେ। କାହିଁକି ମାଂସ ଖଣ୍ଡେ ହାତରେ ଧରିଛୁ ବୋଲି ସୁନ୍ଦର ମୋହନଙ୍କୁ ପଚାରିଥିଲେ। ସେ କହିଥିଲେ ପରେ ଫିଙ୍ଗି ଦେବେ। ପାଞ୍ଚ ଦଶ ମିନିଟ ସୁନ୍ଦର ମୋହନ ସିଂ ମାଂସଖଣ୍ଡଟିକୁ ସେମିତି ହାତରେ ଧରି ଛିଡ଼ା ହୋଇ ରହିଥିଲେ। ତା’ପରେ ସେ ଉକ୍ତ ମାଂସ ଖଣ୍ଡକୁ ଖାଇବେ ବୋଲି କହିଥିଲେ। ଉପସ୍ଥିତ ଲୋକେ କାହିଁକି ଖାଇବୁ ବୋଲି ପଚାରିଥିଲେ। ସେ ଖାଇବେ ବୋଲି କହି ଦୁଇ ହାତରେ ମାଂସଟିକୁ ଖଣ୍ଡ କରି ପାଟିରେ ଭର୍ତ୍ତି କରି ଚୋବାଇବାକୁ ଲାଗିଥିଲେ। ତା’ ସହିତ ଥିବା ନରେନ୍ଦ୍ର ସିଂଙ୍କୁ ମଧ୍ୟ ସେଥିରୁ ଖଣ୍ଡେ ଦେଇଥିଲେ। ସେ ବି ଉକ୍ତ ମାଂସ ଖାଇଲା।

ସୁନ୍ଦର ମୋହନ ଓ ନରେନ୍ଦ୍ର ମାଂସ ଖାଇବା ପରେ ଉପସ୍ଥିତ ଲୋକେ ପାଟିତୁଣ୍ଡ କରିବା ସହିତ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକ ଆସିବା ପରେ ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କୁ ନିସ୍ତୁକ ପିଟିଥିଲେ। ମାଂସ ଖାଇଥିବା ସେମାନେ ଲୋକଙ୍କ ସାମ୍ନାରେ ମାନିଥିଲେ।

ଗାଁ ଲୋକେ ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କୁ ବଡ଼ସାହି ଥାନା ପୁଲିସ ଜିମାରେ ଦେଇଥିଲେ। ପୁଲିସ୍ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀଙ୍କ ବାପା ଏ ଘଟଣା ନେଇ ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କ ବିରୋଧରେ ଥାନାରେ ଏତଲା ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story