Advertisment

ଟେଷ୍ଟ ଡ୍ରାଇଭ ନାଁରେ ଗାଡ଼ି ନେଲେ, କିନ୍ତୁ ଆଉ ଫେରିଲେନି

ଟେଷ୍ଟ ଡ୍ରାଇଭ ପାଇଁ ଦୋକାନର ଜଣେ କର୍ମଚାରୀଙ୍କୁ ଧରି ବାହାରି ଥିଲେ। ହେଲେ ଅଧା ରାସ୍ତାରେ ସେମାନେ କାରରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ଗାଡ଼ି ଭିତରୁ ବଳପୂର୍ବକ ବାହାର କରି ଦେଇଥିଲେ।

Car

Car

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ବେଶ ଚତୁରତାର ସହ ଜଣେ କାର ଡିଲରଙ୍କୁ ଚୂନ ଲଗାଇଛନ୍ତି ୨ ଜଣ ବ୍ୟକ୍ତି। ବ୍ୟବହୃତ କାରକୁ ପୁଣି ଚକାଚକ କରି ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଟେଷ୍ଟ ଡ୍ରାଇଭ ନାଁରେ ହୋଇଛି ଚୋରି। ଗୁରୁବାର ମାଲିକ ବିକ୍ରି କରିବାକୁ ରଖିଥିବା ଗୋଟିଏ ଏସ୍‌ୟୁଭିକୁ କିଣିବା ପାଇଁ ୨ ଜଣ ବ୍ୟକ୍ତି ଆସିଥିଲେ।

Advertisment

ତେବେ ସେମାନେ ଟଙ୍କା ଦେବା ପୂର୍ବରୁ ଗାଡ଼ିର ଟ୍ରେଷ୍ଟ ଡ୍ରାଇଭ କରିବେ ବୋଲି କହିଥିଲେ। ସାଧାରଣତଃ ଗାଡ଼ି କିଣିବା ପୂର୍ବରୁ କିଛି ଲୋକ ଟ୍ରେଷ୍ଟ ଡ୍ରାଇଭ କରନ୍ତି। ତେଣୁ ଗ୍ରେଟର ନୋଏଡା ଠାରେ ଦୋକାନ କରିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ଟେଷ୍ଟ ଡ୍ରାଇଭ ପାଇଁ କାରଟିକୁ ଦେଇଥିଲେ। ଏହି ଗାଡ଼ିରେ ଦୋକାନର ଜଣେ କର୍ମଚାରୀ ମଧ୍ୟ ରହିଥିଲେ।

କାର କିଣିବା ନାଁରେ ଆସିଥିବା ଦୁଇ ବ୍ୟକ୍ତି ବେଶ ଚତୁରତାର ସହ ପାର୍କିଂରେ ଥିବା ଗାଡ଼ିକୁ ବାହାର କରିଥିଲେ। ସେମାନେ ଟେଷ୍ଟ ଡ୍ରାଇଭ ପାଇଁ ଦୋକାନର ଜଣେ କର୍ମଚାରୀଙ୍କୁ ଧରି ବାହାରି ଥିଲେ। ହେଲେ ଅଧା ରାସ୍ତାରେ ସେମାନେ କାରରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ଗାଡ଼ି ଭିତରୁ ବଳପୂର୍ବକ ବାହାର କରି ଦେଇଥିଲେ। ଏହାପରେ ଟେଷ୍ଟ ଡ୍ରାଇଭ ନାଁରେ ଆଣିଥିବା ଗାଡ଼ିକୁ ଧରି ଫେରାର ହୋଇଯାଇଥିଲେ।

Advertisment

ଏନେଇ ଦୋକାନ ମାଲିକ ଗ୍ରେଟର ନୋଏଡାରେ ଥିବା ପାର୍କ ପୁଲିସ୍‌ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁଇ ଚୋରକଙ୍କ ବିଷୟରେ ତଥ୍ୟ ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛି। ସେହିପରି ଦୋକାନୀ ମାଲିକଙ୍କ ସହ ଦୁଇ ବ୍ୟକ୍ତିଙ୍କର ପୂର୍ବରୁ କିଛି ବିବାଦ ଚାଲିଥିଲା କି, ତା’ର ମଧ୍ୟ ଖୋଳତାଡ଼ ପୁଲିସ୍‌ କରୁଛି।

Noida Car Parking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe